LatestNewsଅପରାଧଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

କ୍ରିପ୍ଟୋରେ କ୍ଷତି: ନିଜ ଅପହରଣ ନାଟକ ରଚିଲେ ବିଟେକ୍ ଛାତ୍ର

କ୍ରିପ୍ଟୋରେ କ୍ଷତି: ନିଜ ଅପହରଣ ନାଟକ ରଚିଲେ ବିଟେକ୍ ଛାତ୍ର

କ୍ରିପ୍ଟୋରେ କ୍ଷତି ସହିବା ପରେ ଜଣେ ବି.ଟେକ୍ ଛାତ୍ର ନିଜ ଅପହରଣର ନାଟକ ରଚିଥିଲେ। ପରିବାର ଠାରୁ ୫୦,୦୦୦ ଟଙ୍କା ମାଗିଥିଲେ। ଘରୁ ନିଖୋଜ ହୋଇ ବି.ଟେକ୍ ଛାତ୍ର ନିଜର ଅପହରଣ ଯୋଜନା କରିଥିଲେ…

କଟକ  ୨୪-୦୬-୨୦୨୫(ଏସ.ଏମ. ) :  ଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ବି.ଟେକ୍ ଛାତ୍ର ନିଜର ଅପହରଣ ଯୋଜନା ରଚିଥିଲେ।ତେବେ ପୁଲିସ ଅପହରଣ ନାଟକର ପର୍ଦ୍ଦାଫାସ୍ କରିଥିବା କଟକ ଡିସିପି ଋଷିକେଶ ଖିଲାର ସୂଚନା ଦେଇଛନ୍ତି ଯେ, ଘରୁ ନିଖୋଜ ହୋଇ ବି.ଟେକ୍ ଛାତ୍ର ନିଜର ଅପହରଣ ଯୋଜନା କରିଥିଲେ।ପୁଲିସ ଡେପୁଟି କମିସନର କହିଛନ୍ତି ଯେ, ପୁଲିସ ତଦନ୍ତରୁ ଜାଣିପାରିଛି, କ୍ରିପ୍ଟୋ କରେନ୍ସିରେ କ୍ଷତି ହେବା ପରେ, ଛାତ୍ର ଜଣକ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ କ୍ଷତି ଭରଣା କରିବା ପାଇଁ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ।ସୂଚନା ଅନୁଯାୟୀ, ଛାତ୍ର ଜଣକ ତାଙ୍କର କିଛି ବନ୍ଧୁଙ୍କ ସହିତ ମିଶି ତାଙ୍କ ପରିବାର ସଦସ୍ୟଙ୍କଠାରୁ ୫୦ ହଜାର ଟଙ୍କା ମାଗିଥିଲେ। ନହେଲେ ଅପହରଣ କରାଯାଇଥିବା ପୁଅଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ପରିବାର ସଦସ୍ୟଙ୍କୁ ଧମକ ଦଦିଆଯାଇଥିଲା। ପରିବାର ସଦସ୍ୟମାନେ ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ। ଯୁବକଙ୍କ ଭଉଣୀ ଜୁନ୍ ୨୦ ତାରିଖରେ ଏନେଇ ଚାଉଳିଆଗଞ୍ଜ ପୁଲିସ ଥାନାରେ ଅଭିଯୋଗ କରିଥିଲେ।ପୁଲିସ ବିଟେକ୍ ଛାତ୍ରଙ୍କ ଫୋନ୍ ଟ୍ରାକ୍ କରିଥିଲା ​​ଏବଂ ତଦନ୍ତ ପରେ ତାଙ୍କୁ ପାଇଥିଲା । ଏହାପରେ ଅପହରଣ ପଛର ସମ୍ପୂର୍ଣ୍ଣ କାହାଣୀ ଜଣାପଡ଼ିଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *