ଘଟଣା ଦୁର୍ଘଟଣାଦେଶ- ବିଦେଶ

ବାଣ କାରଖାନାରେ ବିସ୍ଫୋରଣ

ବାଣ କାରଖାନାରେ ବିସ୍ଫୋରଣ

ତାମିଲନାଡ଼ୁରେ ଆଜି ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟସ୍ଥ ଚିନ୍ନା କମନପଟ୍ଟି ଗ୍ରାମ ସ୍ଥିତ କାରଖାନାରେ ଆଜି ପୂର୍ବାହ୍ନରେ ଏହି ବିସ୍ଫୋରଣ ହୋଇଛି

ଚେନ୍ନାଇ/ଭୁବନେଶ୍ୱର୦୨-୦୭-୨୦୨୫( ଏସ .ଏମ ) : ତାମିଲନାଡ଼ୁରେ ଆଜି ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟସ୍ଥ ଚିନ୍ନା କମନପଟ୍ଟି ଗ୍ରାମ ସ୍ଥିତ କାରଖାନାରେ ଆଜି ପୂର୍ବାହ୍ନରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଆଖପାଖ ଘରଗୁଡ଼ିକୁ ନିଆଁ ବ୍ୟାପିଯାଇଥିଲା ଏବଂ ଲଗାତାର ବି‌ସ୍ଫୋରଣ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ୭ ଜଣ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଏବଂ ଘଟଣାସ୍ଥଳରେ ଜରୁରୀ ସେବା ମୁତୟନ କରାଯାଇଛି।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମ‌ବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଆର୍ଥିକ ସହାୟତା ଘୋଷଣା ହୋଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଥିବା ବେଳେ ଆହତଙ୍କ ପରିବାର ସଦସ୍ୟଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି। ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ମିଳିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *