ଦେଶ- ବିଦେଶରାଜନୀତି

କିଏ ହେବେ ପରବର୍ତ୍ତି ଦଲାଇଲାମା ?

କିଏ ହେବେ ପରବର୍ତ୍ତି ଦଲାଇଲାମା ?

ଏହା ଉପରେ କେବଳ ଭାରତ ବା ତିବ୍ବତୀୟ ଲୋକ ନୁହନ୍ତି ସମଗ୍ର ବିଶ୍ବର ନଜର ରହିଛି। ସବୁଠାରୁ ଅଧିକ ସତର୍କ ଦୃଷ୍ଟି ରଖିଛି ଚୀନ । ଏବେ ଖୋଦ ଦଲାଇଲାମା ନିଜର ଉତ୍ତରାଧିକାରୀ ଚୟନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି

ଧର୍ମଶାଳା/ଭୁବନେଶ୍ୱର୦୨-୦୭-୨୦୨୫( ଏସ .ଏମ ) : କିଏ ହେବେ ପରବର୍ତ୍ତି ଦଲାଇଲାମା ? ଏହା ଉପରେ କେବଳ ଭାରତ ବା ତିବ୍ବତୀୟ ଲୋକ ନୁହନ୍ତି ସମଗ୍ର ବିଶ୍ବର ନଜର ରହିଛି । ସବୁଠାରୁ ଅଧିକ ସତର୍କ ଦୃଷ୍ଟି ରଖିଛି ଚୀନ । ଏବେ ଖୋଦ ଦଲାଇଲାମା ନିଜର ଉତ୍ତରାଧିକାରୀ ଚୟନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି ।ଦଲାଇଲାମା କହିଛନ୍ତି ଯେ ଆଗକୁ ବି ଦଲାଇଲାମା ଅନୁଷ୍ଠାନ ଜାରି ରହିବ । ନୂଆ ଦଲାଇ ଲାମା ଚୟନ ପାଇଁ ସେ ତିବ୍ବତୀୟ ସଂଗଠନ ଗାଦେନ ଫୋଡରଙ୍ଗ ଟ୍ରଷ୍ଟକୁ ଦାୟିତ୍ବ ପ୍ରଦାନ କରିଛନ୍ତି । ସେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ତିବ୍ବତୀୟ ଲୋକମାନଙ୍କ ଦ୍ବାରା ନୂଆ ଦଲାଇଲାମାଙ୍କ ଚୟନ ହେବ । ଏଥିରେ ଚୀନର କୌଣସି ଭୂମିକା ରହିବ ନାହିଁ ।

ଦଲାଇଲାମା କହିଛନ୍ତି ଯେ ଆଗକୁ ବି ଦଲାଇଲାମା ଅନୁଷ୍ଠାନ ଜାରି ରହିବ । ନୂଆ ଦଲାଇ ଲାମା ଚୟନ ପାଇଁ ସେ ତିବ୍ବତୀୟ ସଂଗଠନ ଗାଦେନ ଫୋଡରଙ୍ଗ ଟ୍ରଷ୍ଟକୁ ଦାୟିତ୍ବ ପ୍ରଦାନ କରିଛନ୍ତି । ସେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ତିବ୍ବତୀୟ ଲୋକମାନଙ୍କ ଦ୍ବାରା ନୂଆ ଦଲାଇଲାମାଙ୍କ ଚୟନ ହେବ । ଏଥିରେ ଚୀନର କୌଣସି ଭୂମିକା ରହିବ ନାହିଁ ।
ବର୍ତ୍ତମାନର ଦଲାଇଲାମା ଅର୍ଥାତ୍ ୧୪ତମ ଦଲାଇଲାମାଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଦଲାଇଲାମା ଅନୁଷ୍ଠାନକୁ ଜାରି ରଖିବାକୁ ତିବ୍ବତୀୟ ଲୋକ, ମଙ୍ଗୋଲିଆ, ଚୀନ ଓ ସାରା ବିଶ୍ବରେ ଥିବା ବୌଦ୍ଧ ସଂପ୍ରଦାୟ ଦଲାଇଲାମାଙ୍କୁ ଅନୁରୋଧ କରିଥିଲେ । ଏହାକୁ ଗ୍ରହଣ କରାଯାଇଛି ।

ଧର୍ମଶାଳାରେ ଅନୁଷ୍ଠିତ ୧୪ତମ ତିବ୍ବତୀୟ ଆଧ୍ୟାତ୍ମିକ ସମ୍ମିଳନୀ ଅବସରରେ ତିବ୍ବତୀୟ ପ୍ରଶାସନର ଅଧ୍ୟକ୍ଷ ସେରିଂ ସିକ୍ୟୋଙ୍ଗ କହିଛନ୍ତି ଯେ ତିବ୍ବତୀୟ ପରମ୍ପରା ଅନୁସାରେ ହିଁ ନୂଆ ଦଲାଇଲାମାଙ୍କ ଚୟନ କରାଯିବ । ଏଥିରେ ଚୀନର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *