ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ବାହୁଡ଼ା ଯାତ୍ରା ଚାଲିଛି: ମୁଖ୍ୟମନ୍ତ୍ରୀ
ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ବାହୁଡ଼ା ଯାତ୍ରା ଚାଲିଛି: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ଚାଲିଛି ବାହୁଡ଼ା ଯାତ୍ରା
ଭୁବନେଶ୍ବର୦୫-୦୭-୨୦୨୫(ଏସ.ଏମ ) : ଶ୍ରୀକ୍ଷେତ୍ର ପୁରୀରେ ଆଜି ଶାନ୍ତି ଶୃଙ୍ଖଳାର ସହିତ ମହାପ୍ରଭୁଙ୍କ ରଥଯାତ୍ରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ଚାଲିଛି ବାହୁଡ଼ା ଯାତ୍ରା। ଭକ୍ତମାନଙ୍କ ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ଗ୍ରୀନ୍ କରିଡ଼ର ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨୫ ହଜାରରୁ ଊର୍ଦ୍ଧ୍ଵ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ସେହିପରି ଯାନବାହନ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ଟ୍ରାଫିକ ପୋଲିସ ମୁତୟନ ହୋଇଛନ୍ତି। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାହୋଇଛି ଏବଂ ଲୋକଙ୍କ ମୁଖ୍ୟମନ୍ତ୍ରୀ ନିଜେ ଏହାର ସମୀକ୍ଷା କରୁଛନ୍ତି।
ଶ୍ରୀକ୍ଷେତ୍ରରେ ପବିତ୍ର ବାହୁଡ଼ା ଯାତ୍ରା ଜାରି ରହିଛି। ଅପରାହ୍ଣ ୩ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି। ଅପରାହ୍ଣ ୪ଟା ୩୦ ସୁଦ୍ଧା ଶରଧାବାଲିରୁ ତିନି ରଥ ବାହାରି ଶ୍ରୀମନ୍ଦିର ଅଭିମୁଖେ ଗଡୁଛନ୍ତି। ଆଗେ ଆଗେ ପ୍ରଭୁ ବଳଭଦ୍ର ଯାଉଛନ୍ତି। ତାଙ୍କ ପଛକୁ ଅର୍ଥାତ ମଝିରେ ଭଉଣୀ ସୁଭଦ୍ରା ଓ ପଛରେ କାଳିଆ ଆସୁଛନ୍ତି।
ଆଜି ଅପରାହ୍ଣ ୪ଟାରେ ରଥଟଣା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମହାପ୍ରଭୁଙ୍କ ଅପରା କରୁଣାରୁ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି। ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିଯିବ ବୋଲି ଶ୍ରଦ୍ଧାଳୁମାନେ ଆଶା ରଖିଛନ୍ତି। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ହେର୍ଷୋଲ୍ଲାସ ଦେଖାଯାଇଛନ୍ତି।.କଡ଼ା ସୁରକ୍ଷାରେ ମହାପ୍ରଭୁଙ୍କ ରଥଯାତ୍ରା ଆଗେଇ ଚାଲିଛି। ବଡ଼ଦାଣ୍ଡ ଉଛୁଳି ପଡ଼ୁଛି ଓ ଭକ୍ତମାନେ ଭାବବିହ୍ବଳ ହୋଇଛନ୍ତି।