TOP STORIESପାଣିପାଗରାଜ୍ୟ

ନିଷ୍କାସନ ହେଲା ହୀରାକୁଦର ପ୍ରଥମ ବନ୍ୟାଜଳ

ନିଷ୍କାସନ ହେଲା ହୀରାକୁଦର ପ୍ରଥମ ବନ୍ୟାଜଳ

ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ ନମ୍ବର ଗେଟ ଖୋଲାଯାଇଥିବାବେଳେ ଏହାପରେ ୧୨ଟି ଗେଟ୍‌ ଖୋଲାଯିବ ବୋଲି ସୂଚନା ମିଳିଛି।

ସମ୍ବଲପୁର ୦୬-୦୭-୨୦୨୫(ଏସ .ଏମ ) : ଜି ହୀରାକୁଦ ଜଳଭଣ୍ଡାରରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ ନମ୍ବର ଗେଟ ଖୋଲାଯାଇଥିବାବେଳେ ଏହାପରେ ୧୨ଟି ଗେଟ୍‌ ଖୋଲାଯିବ ବୋଲି ସୂଚନା ମିଳିଛି। ହୀରାକୁଦ ବନ୍ଧ ନିୟନ୍ତ୍ରଣକକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୫୪ ଫୁଟ୍‌ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୧,୩୦,୦୨୮ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୩୮୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପାୱାର ଚାନେଲ ଦେଇ ୩୪,୩୧୩ କ୍ୟୁସେକ୍ ଓ ଜଳସେଚନ ପାଇଁ ୩୨୨୩ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନଗୁଡ଼ିକ ୨୩୪ କ୍ୟୁସେକ୍ ପାଣି ଟାଣୁଛନ୍ତି।ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲରେ ୨୭୫୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୪୦୦ କ୍ୟୁସେକ୍ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଉଛି। ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର ଗତ ଗୁରୁବାର ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା କଲ୍‌ମା ବ୍ୟାରେଜର ୪୬ଟି ଗେଟ୍‌ ଖୋଲିଥିଲେ। ପରବର୍ତ୍ତୀ ସମୟରେ ବାକି ଗେଟ୍‌ଗୁଡ଼ିକ ଖୋଲିଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି। ଗତବର୍ଷ ୨୮ ଜୁଲାଇରେ ହୀରାକୁଦ ଜଳଭଣ୍ଡାରରୁ ସେହି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।

ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୯ ଫୁଟ ରହିଥିଲା। ବନ୍ୟାଜଳ ନିଷ୍କାସନ ପରେ ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *