ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ହଠାତ୍ ଭାଙ୍ଗିଗଲା ପୋଲ, ନଦୀକୁ ଖସିପଡିଲା ଅନେକ ଗାଡ଼ି

ହଠାତ୍ ଭାଙ୍ଗିଗଲା ପୋଲ, ନଦୀକୁ ଖସିପଡିଲା ଅନେକ ଗାଡ଼ି

ଟ୍ରାଫିକ୍ ଜାମ ଥିବା ବେଳେ ଭୁଶୁଡି ପଡିଲା ପୋଲ । ଯେତେବେଳେ ପୋଲ ଉପରେ ପ୍ରବଳ ଲୋକଙ୍କ ଜାମ୍ ଲାଗିଥିଲା ସେତେବେଳେ ହଠାତ୍ ଭାଙ୍ଗିଗଲା ପୋଲ । ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ

ଅହମଦାବାଦ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ଝି ନଈରେ ଭାଙ୍ଗିଗଲା ପୋଲ । ଟ୍ରାଫିକ୍ ଜାମ ଥିବା ବେଳେ ଭୁଶୁଡି ପଡିଲା ପୋଲ । ଯେତେବେଳେ ପୋଲ ଉପରେ ପ୍ରବଳ ଲୋକଙ୍କ ଜାମ୍ ଲାଗିଥିଲା ସେତେବେଳେ ହଠାତ୍ ଭାଙ୍ଗିଗଲା ପୋଲ । ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ ଏବଂ ପୋଲ ଉପରେ ଥିବା ଲୋକଙ୍କ ଭିତରେ ଆତଙ୍କ ଖେଳିଗଲା ।ଗୁଜୁରାଟ ମହିସାଗର ନଦୀ ଉପରେ ଥିବା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡିଥିଲା । ଟୁଇଟି ଟ୍ରକ୍ ଏବଂ ଗୋଟିଏ ପିକଅପ୍ ଭ୍ୟାନ୍ ଖସିପଡିଥିବା ସୂଚନା ମିଳିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ପୋଲଟି ୪୩ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି । ଆଜି ସକାଳ ସାଢେ ୮ଟା ବେଳେ ଏହି ଘଟଣା ଘଟିଥିବା ବେଳେ । ଗୋଟିଏ ଟ୍ୟାଙ୍କର ଭାଙ୍ଗି ଯାଇଥିବା ପୋଲରୁ ଅଧା ଝୁଲି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାର ଉଦ୍ୟମ ଚାଲିଥିବା ବେଳେ ନଦୀ ଭିତରେ ଖସି ପଡିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *