ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା

ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା

ଚଳିତ ସପ୍ତାହରେ ସାର୍ବଜନୀନ ହେବ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ୟାର୍ ଇଣ୍ଡିଆର ଏଆଇ- ୧୭୧ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଚଳିତ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି)। ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯିବ। ଚଳିତ ସପ୍ତାହ ଶେଷ ଆଡ଼କୁ ଏହି ରିପୋର୍ଟକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସାର୍ବଜନୀନ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ପ୍ରାଥମିକ ରିପୋର୍ଟର ବିଷୟବସ୍ତୁ ଜଣାପଡ଼ି ନ ଥିଲେ ମଧ୍ୟ କେଉଁ କାରଣରୁ ଦୁର୍ଘଟଣା ଘଟିଛି ସେ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଅନୁମାନ କରାଯାଉଛି।

ଜୁନ୍ ୧୨ ତାରିଖରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର୍ ଇଣ୍ଡିଆର ବିମାନଟି ଉଡ଼ାଣ ଭରିବାର ୩୨ ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୧୦ ଜଣ କେବିନ୍ କ୍ରୁ ସଦସ୍ୟ ଓ ଦୁଇ ଜଣ ପାଇଲଟଙ୍କ ସମେତ ୨୪୧ ଜଣ ପ୍ରାଣ ହରାଇଥିଲେ। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏହି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି। ୧୧ଏ ସିଟ୍‌ରେ ବସିଥିବା ମାତ୍ର ଜଣେ ବ୍ୟକ୍ତି ଏହି ଦୁଃଖଦ ଘଟଣାରୁ ବର୍ତ୍ତି ଯାଇଛନ୍ତି। ଅନୁସନ୍ଧାନକାରୀମାନେ ବିମାନର ବ୍ଲାକ୍ ବକ୍ସରୁ ତଥ୍ୟ ଡାଉନଲୋଡ୍ କରିଛନ୍ତି ଏବଂ ବିମାନରେ ଇନ୍ଧନ ସୁଇଚ୍‌ଗୁଡିକର ସ୍ଥିତି ଯାଞ୍ଚ କରୁଛନ୍ତି, ଯାହା ବିମାନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପାଇଲଟମାନେ ଭୁଲବଶତଃ କୌଣସି ଇଞ୍ଜିନ ବନ୍ଦ କରିଥିଲେ କି ନାହିଁ ତାହା ଜାଣିବାରେ ସହାୟକ ହେବ। ଡୁଆଲ ଇଞ୍ଜିନ ଫେଲ୍ ହେବା ଫଳରେ ଦୁର୍ଘଟଣା ଘଟିଥିଲା କି ନାହିଁ ସେ ନେଇ ମଧ୍ୟ ତଦନ୍ତ ଚାଲିଛି। ତେବେ ଏଆଇ-୧୭୧ ଭଳି ୪୦୦ ଫୁଟ୍‌ରୁ କମ୍ ଉଚ୍ଚତାରେ ଥିବା ଡୁଆଲ ଇଞ୍ଜିନ ବିଫଳତାର ମୁକାବିଲା ପାଇଁ ଏୟାର୍ ଇଣ୍ଡିଆର ବୋଇଂ ୭୮୭ ଫ୍ଲିଟ୍‌ର ପାଇଲଟମାନଙ୍କୁ ତାଲିମ ଦିଆଯାଇନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *