ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଆମାଜନରୁ ବିସ୍ଫୋରକ କିଣିଥିଲେ ପୁଲୱାମା ଆତଙ୍କବାଦୀ

ଆମାଜନରୁ ବିସ୍ଫୋରକ କିଣିଥିଲେ ପୁଲୱାମା ଆତଙ୍କବାଦୀ

ଆତଙ୍କବାଦ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫ ଦାବି କରିଛି ଯେ ଫେବୃଆରୀ ୨୦୧୯ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକଗୁଡ଼ିକ ଆମାଜନରୁ କିଣାଯାଇଥିଲା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ତଙ୍କବାଦ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଏଫଏଟିଏଫ ଦାବି କରିଛି ଯେ ଫେବୃଆରୀ ୨୦୧୯ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବ୍ୟବହୃତ ବିସ୍ଫୋରକଗୁଡ଼ିକ ଆମାଜନରୁ କିଣାଯାଇଥିଲା। ଏଫଏଟିଏଫ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ ବିସ୍ଫୋରକର ପ୍ରଭାବ ବୃଦ୍ଧିରେ ଲାଗୁଥିବା ଆଲୁମିନିୟମ ପାଉଡର ଆମାଜନରୁ ଖରିଦ କରି ଆତଙ୍କବାଦୀମାନେ ବ୍ୟବହାର କରିଥିଲେ ।

ସେହିପରି ୨୦୨୨ ମସିହାରେ ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ପେପାଲ୍ ମାଧ୍ୟମରେ ଟଙ୍କା ଦିଆଯାଇଥିଲା। ସେହପରି ଗତ ଏପ୍ରିଲ ମାସରେ ହୋଇଥିବା ପହଲଗାମ ଆକ୍ରମଣ ଉପରେ ଏଫଏଟିଏଫ କହିଥିଲା ଯେ ପାଣ୍ଠି ଯୋଗାଣ ବିନା ଏପରି ଆକ୍ରମଣ ସମ୍ଭବ ନୁହେଁ ।
ଏଫଏଟିଏଫ ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀମାନେ ଅନଲାଇନ ମାର୍କେଟପ୍ଲେସ ( ଆମାଜନ, ଫ୍ଲିପକାର୍ଟ ଆଦି)ରୁ ବିଭିନ୍ନ ସାମଗ୍ରୀ କିଣି ସେଗୁଡ଼ିକୁ ବିସ୍ଫୋରକ ତିଆରି କାମରେ ଲଗାଉଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଫେବୃଆରୀ ୨୦୧୯ ରେ ଜମ୍ମୁ ଏବଂ କାଶ୍ମୀରର ପୁଲୱାମାରେ ଭାରତୀୟ ସୁରକ୍ଷା ବାହିନୀର ଏକ କାଫଲାକୁ ଟାର୍ଗେଟ କରି ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ୪୦ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏହି ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ଜୈଶ-ଏ-ମହମ୍ମଦ (ଜେଆଇଏମ) ଦ୍ୱାରା କରାଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *