ଦେଶ- ବିଦେଶରାଜନୀତିରାଜ୍ୟ

ରାହୁଲ ଗାନ୍ଧୀ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି: ଧର୍ମେନ୍ଦ୍ର

ରାହୁଲ ଗାନ୍ଧୀ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି: ଧର୍ମେନ୍ଦ୍ର

ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ। ରାହୁଲ ଗାନ୍ଧୀ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି। ଭୁବନେଶ୍ବରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାହୁଲ କରିଥିବା ସମାଲୋଚନାର ଏମିତି ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର୧୨-୦୭-୨୦୨୫(ଏସ .ଏମ ) : ଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ। ରାହୁଲ ଗାନ୍ଧୀ ‘ଚାଲି ନ ଜାଣି ବାଟର ଦୋଷ’ ଭଳି କଥା କହୁଛନ୍ତି। ଭୁବନେଶ୍ବରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାହୁଲ କରିଥିବା ସମାଲୋଚନାର ଏମିତି ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱରରେ ‘ସମ୍ବିଧାନ ବଞ୍ଚାଅ’ ଶୋଭାଯାତ୍ରା ପ୍ରକୃତରେ କଂଗ୍ରେସର ରାଜକୁମାରଙ୍କ ଆଉ ଏକ ରାଜନୈତିକ ପର୍ଯ୍ୟଟନ ଥିଲା। ଏହା ‘ସମ୍ବିଧାନ ବଞ୍ଚାଅ’ ନୁହେଁ, ବରଂ ‘ରାହୁଲ ଗାନ୍ଧୀ ଓ କଂଗ୍ରେସ ବଞ୍ଚାଅ’ର ସମାବେଶ ଥିଲା। ଓଡ଼ିଶାରେ ବିଜେପି ସରକାର ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିଛି। ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ। ରାଜ୍ୟର ଗରିବ, ଦଳିତ, ଜନଜାତି, ଚାଷୀ ଓ ଶ୍ରମିକମାନେ ଦଶନ୍ଧି ପୂର୍ବରୁ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ପରିସ୍ଥିତିରେ ଓଡ଼ିଶାର ଗରିବଙ୍କ କଲ୍ୟାଣ ବିଷୟରେ ରାହୁଲ ଗାନ୍ଧୀଙ୍କ କଥା ପ୍ରତାରଣା ବ୍ୟତୀତ ଆଉ କିଛି ନୁହେଁ। କଂଗ୍ରେସ ସର୍ବଦା ଗରିବ ଓ ଦୁର୍ବଳ ବର୍ଗର ଅଧିକାରକୁ ଅଣଦେଖା କରିଆସିଛି। ଏସ୍‌ସି, ଏସ୍‌ଟି ଓ ପଛୁଆ ବର୍ଗର ଅଧିକାର ଅପେକ୍ଷା ସେମାନଙ୍କ ଭୋଟ୍ ବ୍ୟାଙ୍କକୁ କଂଗ୍ରେସ ଗୁରୁତ୍ୱ ଦେଉଥିଲା।

ଶ୍ରୀ ପ୍ରଧାନ କହିଛନ୍ତି, ମହାରାଷ୍ଟ୍ର ଓ ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଦଳ ବଡ଼ ପରାଜୟର ସାମନା କରିଛି। ଏହା ପରେ ବି ଲୋକମତକୁ ସମ୍ମାନ ନ ଦେଇ ରାହୁଲ ଗାନ୍ଧୀ ଓ ଖଡ୍‌ଗେ ସେମାନଙ୍କ ପରାଜୟ ପାଇଁ ନିର୍ବାଚନ କମିସନ ଓ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଦାୟୀ କରୁଛନ୍ତି। ଗଣତନ୍ତ୍ରର କଣ୍ଠରୋଧ ସହ ସମ୍ବିଧାନକୁ କ୍ଷୁଣ୍ଣ କରି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିବା ସେହି କଂଗ୍ରେସ ଦଳ ସମ୍ବିଧାନକୁ ବଞ୍ଚାଇବାର ଅପପ୍ରଚାର କରୁଛି, ଯାହା ଆଶ୍ଚର୍ଯ୍ୟର ବିଷୟ। ବାରମ୍ବାର ନିର୍ବାଚନ ପରାଜୟ ପରେ ବିହାରର ଆଗାମୀ ନିର୍ବାଚନରେ ପରାଜୟକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପୁଣି ଥରେ ‘ଭୋଟ୍‌ ଚୋରି’ର ନୂଆ ସ୍ଲୋଗାନ୍‌ ଆରମ୍ଭ କରିଛି। ଓଡ଼ିଶା ସମେତ ଦେଶର ଜନତା ଏବେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ଚାଲ୍ ଓ ଛଳନାକୁ ଚିହ୍ନି ପାରିଛନ୍ତି। ଭବିଷ୍ୟତରେ ମଧ୍ୟ ପ୍ରତ୍ୟେକ ନିର୍ବାଚନରେ ଲୋକମାନେ ଏପରି ଜନବିରୋଧୀ ଓ ସମ୍ବିଧାନ ବିରୋଧୀ ଲୋକଙ୍କୁ ଉଚିତ ଜବାବ ଦେବେ ବୋଲି ସେ ମତପ୍ରକାଶ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70