ଘଟଣା ଦୁର୍ଘଟଣାଦେଶ- ବିଦେଶରାଜ୍ୟସମସ୍ୟା ଭିତ୍ତିକ ଖବର

କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ପାର୍ସଲ ବୋମା ବିସ୍ଫୋରଣରେ ୭୫ ପ୍ରତିଶତ ଅକ୍ଷମ ଜଣେ ଅବସରପ୍ରାପ୍ତ ଡାକ ସହାୟକଙ୍କୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ ଦେଇଥିବା ରାୟକୁ ଚାଲେଞ୍ଜ କରି କେନ୍ଦ୍ର ସରକାର-ଡାକ ବିଭାଗ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି

କଟକ୧୩-୦୭-୨୦୨୫(ଏସ .ଏମ ) : ପାର୍ସଲ ବୋମା ବିସ୍ଫୋରଣରେ ୭୫ ପ୍ରତିଶତ ଅକ୍ଷମ ଜଣେ ଅବସରପ୍ରାପ୍ତ ଡାକ ସହାୟକଙ୍କୁ କ୍ଷତିପୂରଣ ପ୍ରଦାନ ସପକ୍ଷରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡାକ ସହାୟକଙ୍କୁ ଦିବ୍ୟାଙ୍ଗ ପେନସନ ବଦଳରେ ଏକକାଳୀନ ୧ ଲକ୍ଷ ୮୩ ହଜାର ୮୨୩ ଟଙ୍କା ପ୍ରଦାନ ପାଇଁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ ଦେଇଥିବା ରାୟକୁ ଚାଲେଞ୍ଜ କରି କେନ୍ଦ୍ର ସରକାର-ଡାକ ବିଭାଗ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।ମାମଲାର ପ୍ରତିପକ୍ଷ ପୂର୍ବତନ ଡାକ କର୍ମଚାରୀ ପ୍ରଣବାନନ୍ଦ ଦାସ ଡାକ ସହାୟକ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ ପାର୍ସଲ ବୋମା ବିସ୍ଫୋରଣ ଯୋଗୁଁ ଗୋଟିଏ ଗୋଡ଼ ଓ ଗୋଟିଏ ହାତ ହରାଇଥିଲେ। ତାଙ୍କ ଦ୍ୱାରା ଦାବି କରାଯାଇଥିବା ଏକକାଳୀନ କ୍ଷତିପୂରଣ ରାଶି ଅତ୍ୟଧିକ ନୁହେଁ, ତେଣୁ ଏହି ମାମଲାରେ ଅଦାଲତଙ୍କ ହସ୍ତକ୍ଷେପ ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

ତେଣୁ ଏପରି ରାୟକୁ ଚାଲେଞ୍ଜ କରି ଦାୟର ମାମଲାକୁ ଖାରଜ କରାଯାଉଛି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର-ଡାକ ବିଭାଗ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।ପ୍ରଣବାନନ୍ଦ ଦାସ ଭୁବନେଶ୍ୱରର ସୂର୍ଯ୍ୟନଗର ନନ୍-ଡେଲିଭରି ଟାଇପ୍ ସବ୍-ଅଫିସରେ ପୋଷ୍ଟାଲ୍ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ। ୨୦୦୨, ଜାନୁଆରି ୩ରେ ସେ ନିଜ ଦାୟିତ୍ବ ସଂପାଦନ କରୁଥିବା ବେଳେ ଏକ ପାର୍ସଲ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ସେ ଗୋଟିଏ ହାତ ଏବଂ ଗୋଟିଏ ଗୋଡ ହରାଇଥିଲେ। ସେ ପ୍ରାୟ ଦୁଇ ବର୍ଷ ପାଞ୍ଚ ମାସ ପାଇଁ ଚାକିରିରୁ ଅନୁପସ୍ଥିତ ଥିଲେ।
କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ (ଛୁଟି) ନିୟମ‌ାବଳୀ ଅଧୀନରେ ଅକ୍ଷମତା ଓ ହସ୍ପିଟାଲ ଛୁଟି ଆଧାରରେ ଏହି ଅବଧି ପାଇଁ ତାଙ୍କୁ ଛୁଟି ମଞ୍ଜୁର କରାଯାଇଥିଲା। ୨୦୧୦, ନଭେମ୍ବର ୩୦‌ରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଭିନ୍ନକ୍ଷମ ପେନସନ୍ କିମ୍ବା ଏକକାଳୀନ କ୍ଷତିପୂରଣ ରାଶି ନ ମିଳିବାରୁ ସେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲଙ୍କ ଦ୍ବାରସ୍ଥ ହୋଇଥିଲେ। ଟ୍ରିବୁନାଲଙ୍କ ନିର୍ଦ୍ଦେଶ ପରେ ଡାକ ବିଭାଗ ବରିଷ୍ଠ ଅଧୀକ୍ଷକ(ଏସଏସପିଓ) ୨୦୧୫, ଜାନୁଆରି ୩୦ରେ ଏକକାଳୀନ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ବରିଷ୍ଠ ବିତ୍ତ ଅଧିକାରୀଙ୍କୁ ଚିଠି କରିଥିଲେ।

ବିଳମ୍ବ କାରଣରୁ ପ୍ରଣବାନନ୍ଦଙ୍କ ଦାବିକୁ ଅଗ୍ରାହ୍ୟ କରାଯିବାରୁ ସେ ଟ୍ରିବୁନାଲରେ ମାମଲା ରୁଜୁ କରିଥିଲେ। ୨୦୧୯, ଜୁନ ୧୩ର ଖାରଜ ନିର୍ଦ୍ଦେଶକୁ ଟ୍ରିବୁନାଲ ରଦ୍ଦ କରିବା ସହିତ ଏସଏସପିଓଙ୍କ ଆଦେଶକୁ କାର୍ଯ୍ୟକାରୀ କରି ପ୍ରଣବାନନ୍ଦଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶ ଦେଇଥିଲେ। ଏପରି ରାୟକୁ ଚାଲେଞ୍ଜ କରି କେନ୍ଦ୍ର ସରକାର ହାଇକୋର୍ଟରେ ଏହି ମାମଲା ଦାୟର କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *