ଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

ବିରୋଧୀଙ୍କୁ ଆଇନା ଦେଖାଇଲେ ଅପରାଜିତା

 ବିରୋଧୀଙ୍କୁ ଆଇନା ଦେଖାଇଲେ ଅପରାଜିତା

ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା ଜରୁରୀ ଥିଲା

ଭୁବନେଶ୍ୱର ୧୭-୦୭-୨୦୨୫(ଏସ.ଏମ .) : ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ପ୍ରଶ୍ନ ପଚାରିଛି।ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଆଇନା ଦେଖାଇ କହିଛନ୍ତି, ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଏବଂ କଂଗ୍ରେସ ଆତ୍ମ ସମୀକ୍ଷା କରିବା ଉଚିତ୍ ଥିଲା। ନିଜ ଶାସନ ଅମଳରେ କଂଗ୍ରେସ ୪୦ ବର୍ଷ ଏବଂ ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା।

ଦିଲ୍ଲୀରୁ ଆସି କଂଗ୍ରେସ ନେତାନେତ୍ରୀମାନେ ନିଜ ଅସ୍ତିତ୍ଵ ପାଇଁ ଡ୍ରାମାବାଜି କରୁଛନ୍ତି, ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି। ଉଭୟ ଦଳର ନେତାମାନେ ସାମାଜିକ ଗଣମାଧ୍ୟମରେ ଉସୁକାଇବା କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଚର୍ଚ୍ଚାରେ ଏବଂ ଗଣମାଧ୍ୟମରେ ରହିବା ପାଇଁ ବିରୋଧୀ ଦଳ ନାଟକବାଜି କରୁଛନ୍ତି।ସେମାନେ କେବଳ ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି। ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛନ୍ତି। ଏବେ ବିଜେଡି ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ତାହା ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ୪୦ ବର୍ଷ ସରକାରରେ ଥିଲା। ସେତେବେଳେ ବହୁ ସଂଖ୍ୟାରେ ମହିଳାମାନଙ୍କ ସହ ଅଘଟଣ ଘଟିଥିଲା। କେବେ ବି ରାଷ୍ଟ୍ରପତି ଆସିଥିଲେ କି ?

ବିଜେଡି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତାମାନେ ରାଜ୍ୟ ବାତାବରଣକୁ ଅଶାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ବିଜେଡି ୨୪ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ। କଂଗ୍ରେସ ୪୦ ବର୍ଷ ସରକାରରେ ଥିଲା । କାହିଁକି ସେମାନେ ଏବେ ଯାଏଁ ମହିଳା ସୁରକ୍ଷା ପାଇଁ ଇକୋ ସିଷ୍ଟମ ତିଆରି କରି ନଥିଲେ ? ରାଜ୍ୟରେ ଦୋଷାରୋପ ରାଜନୀତି ଚାଲିଛି। ବିରୋଧୀ ଦଳ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି। ସେମାନେ ନିଜ ଆତ୍ମସମୀକ୍ଷା କରି ରାଜରାସ୍ତାକୁ ଓହ୍ଲାଇଥିଲେ ଭଲ ହୋଇଥାନ୍ତା।ମହିଳାମାନଙ୍କୁ ନିଜ ସମୟରେ ସେମାନେ କେତେ ନ୍ୟାୟ ଦେଇଛନ୍ତି ତାହା ଆମେ ଜାଣିଛୁ। ବିରୋଧୀଙ୍କ ଆନ୍ଦୋଳନକୁ ସମସ୍ତେ ନାପସନ୍ଦ କରୁଛନ୍ତି । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖାଇ ବିରୋଧୀଙ୍କୁ ଅପରାଜିତା ଆଇନା ଦେଖାଇଛନ୍ତି। ବିଜେଡ଼ି ଏବଂ କଂଗ୍ରେସ ଯଦି ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିଥାନ୍ତେ, ତେବେ କେବେ ବି ଏଭଳି ଘଟଣା ଘଟି ନଥାନ୍ତା। ନାଁ ନ ନେଇ ଅପରାଜିତା ଅଳକା ଲାମ୍ବାଙ୍କୁ ଟାର୍ଗେଟ କରି କହିଛନ୍ତି।ଜଣେ ମହିଳା ନେତ୍ରୀ ବାତାବରଣକୁ ଆଶାନ୍ତ କରିବା ପାଇଁ ଦିଲ୍ଲୀରୁ ରାଜ୍ୟକୁ ଆସିଛନ୍ତି। ମହିଳା ସୁରକ୍ଷା ଉପରେ କହିବା ପାଇଁ କଂଗ୍ରେସ ଏବଂ ବିଜେଡିର ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *