LatestNewsPoliticsTOP STORIESଅପରାଧଘଟଣା ଦୁର୍ଘଟଣାଦୁର୍ନୀତିବିଶେଷ ସ୍ତମ୍ବରାଜନୀତିରାଜ୍ୟଶିକ୍ଷାସମସ୍ୟା ଭିତ୍ତିକ ଖବର

ନୂଆ ନୁହେଁ ‘ନ୍ୟାୟ ପାଇଁ ବନ୍ଦ’

ନୂଆ ନୁହେଁ ‘ନ୍ୟାୟ ପାଇଁ ବନ୍ଦ’…

  • ଓଡିଶାରେ ବନ୍ଦ ପାଳନ ଯଦିଓ ନୂଆ ନୁହେଁ କିନ୍ତୁ ଅନେକ ଦିନ ପରେ ଓଡିଶାକୁ ଫେରିଛି ‘ବନ୍ଦ’ ଫିଭର ।
  • ଆଉ ଯାହାର ତାତି ଆଜି ସାରା ରାଜ୍ୟରେ ଦେଖିବାକୁ ମିଳିଛି ।
  • ପ୍ରାୟ ଅନେକ ଦିନ ପରେ ପୁଣି ଥରେ ସାରା ଓଡିଶାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଭୁବନେଶ୍ୱର ୧୭-୦୭-୨୦୨୫(ଏସ.ଏମ .) :(ବିଜୟ କୁମାର ପଣ୍ଡା ) ଡିଶାରେ ବନ୍ଦ ପାଳନ ଯଦିଓ ନୂଆ ନୁହେଁ କିନ୍ତୁ ଅନେକ ଦିନ ପରେ ଓଡିଶାକୁ ଫେରିଛି ‘ବନ୍ଦ’ ଫିଭର । ଆଉ ଯାହାର ତାତି ଆଜି ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆପଣ ଯଦି ଟିକେ ଭଲଭାବେ ଓଡିଶାର ଅତୀତକୁ ଏବଂ ଘଟଣାକ୍ରମ ଉପରେ ଆଖି ବୁଲାଇ ଆଣିବେ ଆପଣ ଦେଖିବେ ପ୍ରାୟ ଅନେକ ବର୍ଷ ହୋଇଯିବ ଏମିତି ଓଡିଶାରେ ବନ୍ଦ ପାଳନ ହୋଇନି । ଯଦିଓ କାଁ ଭାଁ ବିଜେପି ପକ୍ଷରୁ କିମ୍ବା ଅନ୍ୟାନ୍ୟ ଦଳ ପକ୍ଷରୁ କେବେ କେବେ ବନ୍ଦ ଡାକରା ଦିଆଯାଇଛି ମାତ୍ରା ସେତେ ପ୍ରଭାବଶାଳୀ ହୋଇନି ।ପ୍ରାୟ ଅନେକ ଦିନ ପରେ ପୁଣି ଥରେ ସାରା ଓଡିଶାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ହୁଏତ ବିଗତ ବର୍ଷ କିମ୍ବା ବିଗତ ଦିନମାନଙ୍କରେ ବିରୋଧୀମାନେ ନିଜ ଭୂମିକାକୁ ପ୍ରଭାବୀ ଢଙ୍ଗରେ ପରିଚାଳିତ କରିପାରିନଥିବେ କିମ୍ବା କଂଗ୍ରେସ ବର୍ତ୍ତମାନ ପରି ପୂର୍ବରୁ ଏଭଳି ବନ୍ଦ ପାଇଁ ବଳ ଗୋଟାଇ ପାରିନଥିବ । ତାର କାରଣ ତର୍ଜମା କଲେ ଅନେକ ଦିଗ ଆସିବ । ନେତୃତ୍ବ ଠାରୁ ଆରମ୍ଭ କରି କଂଗ୍ରେସ ଭିତରେ ଫାଟ ହିଁ ଦଳର ବଳକୁ କମାଇବାର ଅନେକ ଥର ଦେଖିବାକୁ ମିଳିଛି । ମାତ୍ର ଏବେ କଂଗ୍ରେସ ପୂର୍ବପରି ଓଡିଶାରେ ନାହିଁ । ହାତ ଏବେ ଶକ୍ତିଶାଳୀ ହେଉଛି, ସରକାରଙ୍କୁ ଘେରିବାକୁ କଂଗ୍ରେସ ଆକ୍ରମଣାତ୍ମକ ମୁଦ୍ରାରେ ସଦା ପ୍ରସ୍ତୁତ ରହୁଛି । ତେବେ ଖାଲି ବର୍ତ୍ତମାନ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଏପରି ବନ୍ଦ ପାଳନ ହେଉଛି ତାହା ନୁହେଁ ପୂର୍ବରୁ ମଧ୍ଯ ଅତୀତରେ ଅନେକ ଓଡିଶା ବନ୍ଦ ରାଜ୍ୟରେ ବିରାଟ ପ୍ରଭାବ ପକାଇଛି । ନଜର ପକାନ୍ତୁ ସେସବୁ ବନ୍ଦ ଡାକରା ଏବଂ ପ୍ରସଙ୍ଗ ଉପରେ..

ନ୍ୟାୟ ପାଇଁ ବନ୍ଦ…

-୨୦୦୮ରେ କନ୍ଧମାଳ ଦଙ୍ଗା ପାଇଁ ଓଡ଼ିଶା ବନ୍ଦ ହୋଇଥିଲା
-୨୦୧୩ରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ପ୍ରସଙ୍ଗରେ ବଡ଼ ବନ୍ଦ ଡାକରା
-୨୦୧୫ରେ ନବକଳେବରରେ ବିଶୃଙ୍ଖଳା ପାଇଁ ବନ୍ଦ
-୨୦୧୮ରେ ପିପିଲି ପୀଡିତା ପାଇଁ ବନ୍ଦ ପାଳନ
-୨୦୧୯ରେ ସ୍ମିତାରାଣୀ ହତ୍ୟା ମାମଲାରେ ନ୍ୟାୟ ପାଇଁ ବନ୍ଦ
-୨୦୨୧ରେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ନ୍ୟାୟ ପାଇଁ ବନ୍ଦ ହୋଇଛି ଓଡ଼ିଶା

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *