LatestNewsPoliticsରାଜନୀତିରାଜ୍ୟ

କଂଗ୍ରେସ ସମେତ ୮ ବିରୋଧୀ ଦଳର ନିଷ୍ପତ୍ତି

କଂଗ୍ରେସ ସମେତ ୮ ବିରୋଧୀ ଦଳର ନିଷ୍ପତ୍ତି…

ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବେ

ଭୁବନେଶ୍ୱର ୧୯-୦୭-୨୦୨୫(ଏସ.ଏମ. ) : ସନ୍ତା ୨୪ ତାରିଖ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଏକାଦଶାହ ଦିନକୁ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରିବେ କଂଗ୍ରେସ ସମେତ ୮ଟି ଦଳ। ସାରା ରାଜ୍ୟରେ ମହିଳା କଂଗ୍ରେସ ସହିତ ୮ଟି ଦଳର ମହିଳା ସେଲ୍‌ ଏହାକୁ ମଧ୍ୟ ପାଳନ କରିବେ। କେବଳ ବାଲେଶ୍ୱର ପୀଡ଼ିତା ନୁହନ୍ତି, ବାକି ଯେଉଁ ମହିଳା ଓ ଝିଅଙ୍କ ପ୍ରତି ଅଘଟଣ ହୋଇଛି ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯିବ। ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ୨ ମିନିଟ ନିରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।

କଂଗ୍ରେସ ସମେତ ୮ଟି ଦଳ ପକ୍ଷରୁ ଆଜି ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ସବୁ ଶିକ୍ଷାନୁଷ୍ଠାନଙ୍କୁ ନିରବ ପ୍ରାର୍ଥନା ଲାଗି ଅନୁରୋଧ କରିଛନ୍ତି। ରାଜ୍ୟରେ ନିର୍ଯାତିତ ମହିଳାଙ୍କ ଲାଗି ମହିଳା ସେଲ୍‌ ଖୋଲିବ ପିସିସି । ସେମାନେ ଆପ୍‌ ମାଧ୍ୟମରେ ଅଭିଯୋଗ କରିବା ପରେ ପିସିସି ଅନୁଧ୍ୟାନ କରି ତଦନ୍ତରେ ସହଯୋଗ କରିବ। ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଭକ୍ତ କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଛନ୍ତି, ବାଲେଶ୍ବର ଛାତ୍ରୀଙ୍କ ପ୍ରସଙ୍ଗ ଆଗାମୀ ଦିନରେ ବିଧାନସଭାରେ ଉଠିବ। ଆଗରୁ ନାରୀ ସୁରକ୍ଷା ପ୍ରସଙ୍ଗ କଂଗ୍ରେସ ଗୃହରେ ଉଠାଇଥିଲା। ହେଲେ ରାଜ୍ୟ ସରକାର ଶୁଣିନଥିଲେ। ଯେ ପର୍ଯ୍ୟନ୍ତ ଝିଅ ନ୍ୟାୟ ନ ପାଇଛି, ଆନ୍ଦୋଳନ ଜାରି ରହିବ। ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଆସନ୍ତାକାଲି ଦିଲ୍ଲୀରେ ବସିବ ଇଣ୍ଡି ମେଣ୍ଟ ବୈଠକ। ଏହି ବୈଠକରେ ଉଠିବ ବାଲେଶ୍ୱର ପୀଡ଼ିତା ପ୍ରସଙ୍ଗ। ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ସଂସଦରେ ଉଠାଇବେ।

ସବୁ ଶିକ୍ଷାନୁଷ୍ଠାନରେ ୨ ମିନିଟ ନିରବ ପ୍ରାର୍ଥନା ପାଇଁ ନିବେଦନ
ନିର୍ଯାତିତ ମହିଳାଙ୍କ ଲାଗି ସ୍ବତନ୍ତ୍ର ସେଲ୍‌ ଖୋଲିବ ପିସିସି

କଂଗ୍ରେସ ଦାବି କରୁଛି, ଏହି ଘଟଣାରେ ନ୍ୟାୟିକ ତଦନ୍ତ ହେଉ। ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ବାରା ଏବଂ ଏହାକୁ ଉଚ୍ଚତମ ନ୍ୟାୟାଳୟ ଘଟଣାର ତଦାରଖ କରନ୍ତୁ। ତୁରନ୍ତ ରାଜ୍ୟ ସରକାର ମହିଳା କମିସନ ନିଯୁକ୍ତି କରିବାକୁ ସେ ଦାବି କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ସିପିଆଇଏମ୍‌ ନେତା ସୁରେଶ ପାଣିଗ୍ରାହୀ, ଫରୱାର୍ଡ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର, ସମାଜବାଦୀ ପାର୍ଟିର ପ୍ରତାପ ବାରିକ, ବିକ୍ରମ ସ୍ୱାଇଁ , ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ (ଏମ୍ଏଲ) ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଓ ଆର୍‌ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, ଦୁଷ୍ମନ୍ତ କୁମାର ଦାଶ, ପ୍ରଶାନ୍ତ ମିଶ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏନ୍‌ ନାରାୟଣ ରେଡ୍ଡୀ, ଶିଶିର ହୁଇ ଓ ଜୟନ୍ତ ଦାସ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *