ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ମହାଭିଯୋଗ ପ୍ରସ୍ତାବ ବିରୋଧରେ ସୁପ୍ରିମକୋର୍ଟ ଗଲେ ଜଷ୍ଟିସ୍‌ ବର୍ମା

ମହାଭିଯୋଗ ପ୍ରସ୍ତାବ ବିରୋଧରେ ସୁପ୍ରିମକୋର୍ଟ ଗଲେ ଜଷ୍ଟିସ୍‌ ବର୍ମା

ସରକାରୀ ବାସଭବନରୁ ବିପୁଳ ନଗଦ ଟଙ୍କା ଜବତ ମାମଲାରେ ବିବାଦୀୟ ହୋଇପଡ଼ିଥିବା ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି

ନୂଆଦିଲ୍ଲୀ ୧୯-୦୭-୨୦୨୫(ଏସ .ଏମ ) : ରକାରୀ ବାସଭବନରୁ ବିପୁଳ ନଗଦ ଟଙ୍କା ଜବତ ମାମଲାରେ ବିବାଦୀୟ ହୋଇପଡ଼ିଥିବା ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ବିଚାରଣ ଆରମ୍ଭ କରିବା ପାଇଁ ସୁପାରିସ କରିଥିବା ସୁପ୍ରିମକୋର୍ଟଙ୍କ ଇନ୍‌ ହାଉସ୍‌ ତଦନ୍ତ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆଗକୁ ସଂସଦର ମୌସୁମୀ ଅଧିବେଶନ ଥିବାବେଳେ ଏହି ଅଧିବେଶନରେ କେନ୍ଦ୍ର ସରକାର ହାଇକୋର୍ଟ ବିଚାରପତିଙ୍କ ବି‌ରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିପାରନ୍ତି। ଏହା ପୂର୍ବରୁ ଜଷ୍ଟିସ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ବିଚାରପତିଙ୍କୁ ହଟାଇବା ଅଧିକାର ସଂସଦର ରହିଛି: ମେଘୱାଲ

କୋର୍ଟରେ ଏକ ରିଟ୍‌ ପିଟିସନ୍‌ ଦାଖଲ କରି ଜଷ୍ଟିସ ବର୍ମା ପୂର୍ବତନ ପ୍ରଧାନ ବିଚାରପତି ସଂଜୀବ ଖାନ୍ନାଙ୍କ ଦ୍ବାରା ଗଠିତ ୩ ଜଣିଆ କମିଟିର ସୁପାରିସକୁ ଚ୍ୟାଲେଞ୍ଜ କରିଛନ୍ତି। ମାମଲାରେ ବର୍ମାଙ୍କ କଥା ସମ୍ପୂର୍ଣ୍ଣ ନଶୁଣି କମିଟି ତାଙ୍କ ବିରୋଧରେ ଚୂଡ଼ାନ୍ତ ନି‌ଷ୍ପତ୍ତି ଶୁଣାଇଛନ୍ତି ବୋଲି ବର୍ମା ଅଭିଯୋଗ କରିଛନ୍ତି। ମାର୍ଚ୍ଚ ୧୪ ତାରିଖରେ ବାସଭବନରୁ ନଗଦ ଟଙ୍କା ମିଳିବା ମାମଲାରେ ବର୍ମାଙ୍କୁ ଦୋଷୀ ପ୍ରମାଣିତ କରିବାପାଇଁ ଆବଶ୍ୟକୀୟ ମୌଳିକ ଦିଗଗୁଡ଼ିକୁ ତଦନ୍ତ କରିବାରେ କମିଟି ବିଫଳ ହୋଇଛି ବୋଲି ହାଇକୋର୍ଟ ବିଚାରପତି ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବା ପାଇଁ ଘଟଣା ସ୍ଥଳରେ ମୁତୟନ ହୋଇଥିବା ଅଗ୍ନି ନିର୍ବାପକ ଦଳ ତାଙ୍କ ବାସଭବନରୁ ବିପୁଳ ପରିମାଣର ପୋଡ଼ା ଟଙ୍କା ଜବତ କରିଥିଲେ।

ଅନ୍ୟପକ୍ଷରେ ବର୍ମାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବା ସମ୍ପୂର୍ଣ୍ଣ ଭାବେ ସାଂସଦମାନଙ୍କ ବିଷୟ ଏବଂ ସରକାର ଏଥିରେ ସମ୍ପୃକ୍ତ ନୁହଁନ୍ତି ବୋଲି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଏକ ସାକ୍ଷାତକାରରେ ମେଘୱାଲ କହିଛନ୍ତି ଯେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ତତ୍କାଳୀନ ପ୍ରଧାନ ବିଚାରପତି ଖାନ୍ନାଙ୍କ ଦ୍ୱାରା ଗଠିତ ଆଭ୍ୟନ୍ତରୀଣ କମିଟି ଏହାର ରିପୋର୍ଟ ଦାଖଲ କରିଛି। ସୁପ୍ରିମ୍ କୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କୁ ହଟାଇବାର ଅଧିକାର ସଂସଦର ରହିଛି ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *