LatestNewsଘଟଣା ଦୁର୍ଘଟଣାରାଜ୍ୟ

ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସୋର ଥାନା ଘେରିଲେ ଶତାଧିକ ଲୋକ

ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସୋର ଥାନା ଘେରିଲେ ଶତାଧିକ ଲୋକ

ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ସୋର ଥାନା ଘେରାଉ କରିଛନ୍ତି। ପୁଲିସ ଫୋର୍ସ ଲଗାଇ ସେମାନଙ୍କୁ ଥାନା ବାହାରକୁ କାଢ଼ିବା ସହିତ ଗେଟରେ ତାଲା ପକାଇଥିବା ଦେଖିବାକୁ ମିଳିଛି।

ସୋର ୨୯-୦୯-୨୦୨୫(ଏସ.ଏମ ) : ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ସୋର ଥାନା ଘେରାଉ କରିଛନ୍ତି। ଗତକାଲି ରାତିରେ ଇଣ୍ଡିଆ-ପାକିସ୍ତାନର ଫାଇନାଲ ମ୍ୟାଚ ଚାଲିଥିବା ବେଳେ ସୋର ପୌରାଞ୍ଚଳ କୋର୍ଟ ଛକ ନିକଟରେ କିଛି ଯୁବକ ରାସ୍ତା ଉପରେ ଏଲଇଡି ଳଗାଇ ମ୍ୟାଚ ଦେଖୁଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଦୁର୍ବ୍ୟବହାର କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଜଣେ ବ୍ୟକ୍ତି ଆଇଆଇସିଙ୍କୁ ପ୍ରଥମେ ଚାପୁଡ଼ା ମାରିବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ମାରି ଘୋଷାଡ଼ି ଘୋଷାଡ଼ି ଥାନା ଗାଡ଼ିରେ ଭର୍ତ୍ତି କରି ଥାନାକୁ ନେଇଯାଇଥିଲେ। ସେଠାରେ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ସୋର ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଦୁର୍ବ୍ୟବହାର କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଜଣେ ବ୍ୟକ୍ତି ଆଇଆଇସିଙ୍କୁ ପ୍ରଥମେ ଚାପୁଡ଼ା ମାରିବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ମାରି ଘୋଷାଡ଼ି ଘୋଷାଡ଼ି ଥାନା ଗାଡ଼ିରେ ଭର୍ତ୍ତି କରି ଥାନାକୁ ନେଇଯାଇଥିଲେ। ସେଠାରେ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ସୋର ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରେ ବିଳମ୍ବିତ ରାତିରେ ପୁଲିସକୁ ମାଡ଼ମାରିଥିବା ଅଭିଯୋଗରେ ପୁଲିସ ଚାରିଜଣ ଯୁବକଙ୍କ ଘରେ ଭଙ୍ଗାରୁଜା କରି ସେମାନଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି। ପୁଲିସର ଏପରି ଅମାନୁଷିକ କାର୍ଯ୍ୟାନୁଷ୍ଠାନ ପାଇଁ ଶତାଧିକ ମହିଳା ଓ ପୁରୁଷ ସୋର ଥାନାକୁ ଘେରାଉ କରିଥିଲେ। ପରେ ବିଳମ୍ବିତ ରାତିରେ ପୁଲିସକୁ ମାଡ଼ମାରିଥିବା ଅଭିଯୋଗରେ ପୁଲିସ ଚାରିଜଣ ଯୁବକଙ୍କ ଘରେ ଭଙ୍ଗାରୁଜା କରି ସେମାନଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି। ପୁଲିସର ଏପରି ଅମାନୁଷିକ କାର୍ଯ୍ୟାନୁଷ୍ଠାନ ପାଇଁ ଶତାଧିକ ମହିଳା ଓ ପୁରୁଷ ସୋର ଥାନାକୁ ଘେରାଉ କରିଥିଲେ। ପୁଲିସ ଫୋର୍ସ ଲଗାଇ ସେମାନଙ୍କୁ ଥାନା ବାହାରକୁ କାଢ଼ିବା ସହିତ ଗେଟରେ ତାଲା ପକାଇଥିବା ଦେଖିବାକୁ ମିଳିଛି।ସୋର ଥାନା ଅଞ୍ଚଳରେ ଚୋରି ଡକାୟତି ରୋକିବାକୁ ପୁଲିସ ପଦକ୍ଷେପ ନେଇପାରୁ ନଥିବା ବେଳେ ସାଧାରଣ ଲୋକଙ୍କ ଉପରେ ହାକିମାତି ଦେଖାଇବା କଥା ‌ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *