ଆଦର୍ଶ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଇ˚ରାଜୀ ଶିକ୍ଷୟତ୍ରୀ ଜବାପୁରବୀ ନଗେଶଙ୍କ ଖରାପ ବ୍ୟବହାରକୁ ବିରୋଧ
ଆଦର୍ଶ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଜୟପୁର/ଭୁବନେଶ୍ୱର ୧୬-୧୦-୨୦୨୫( ଏସ.ଏମ ) : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଜୟନ୍ତଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ମାରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ବିଦ୍ୟାଳୟର ଇ˚ରାଜୀ ଶିକ୍ଷୟତ୍ରୀ ଜବାପୁରବୀ ନଗେଶଙ୍କ ଖରାପ ବ୍ୟବହାରକୁ ବିରୋଧ କରି ଛାତ୍ରଛାତ୍ରୀ ଆଜି ଆନ୍ଦୋଳନରେ ବସିଥିଲେ। ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର ଦେଉଥିବା ଇ˚ରାଜୀ ଶିକ୍ଷୟତ୍ରୀ ୧୧ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଠିକରେ ଇ˚ରାଜୀ ଶିକ୍ଷା ଦାନ କରି ପାରୁନାହାନ୍ତି। ସଠିକ ପଢାଇବା ପାଇଁ କହିଲେ ଛାତ୍ରଛାତ୍ରୀମାନଙ୍କୁ ଦୁଃବ୍ୟବହାର କରିବା ସହ ଯେମିତି ପଢ଼ାହେଉଛି ସେମିତି ହେବ। ଯାହାକୁ ଇଚ୍ଛା ଅଛି ଏଠାରେ ପଢ଼ି ନଚେତ ଟିସି ନେଇ ଚାଲିଯାଅ ବୋଲି କହୁଛନ୍ତି।ଇ˚ରାଜୀ ଶିକ୍ଷୟିତ୍ରୀ ଏମିତିକି ୧୧ ଶ୍ରେଣୀର ଅଧ୍ୟୟନ ୧୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ଜଣ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରୁ ବାହାର କରିଦେଇଛନ୍ତି। ପୂର୍ବରୁ ଘଟଣା ସ˚ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଏବ˚ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ପ୍ରଶାସନ କିଛି ନଶୁଣିବାରୁ ଆଜି ୧୧ଶ୍ରେଣୀର ଛାତ୍ରଛାତ୍ରୀ ଓ ଅବିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଯାହା ଫଳରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ଭିତରକୁ ପ୍ରବେଶ କରିପାରିନଥିଲେ। ଅଧ୍ୟକ୍ଷ ରୋହିତ ସେଠୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଇ˚ରାଜୀ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ।