Gangrape Minor Girls
ରାସଗୋବିନ୍ଦପୁରରେ ଚାଞ୍ଚଲ୍ୟ, ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
- ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।
- ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ।
- ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ବାରିପଦା ୨୫-୧୦-୨୦୨୫(ଏସ.ଏମ ) : ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘଟଣା ଘଟିଛି ମୟୂରଭଞ୍ଜଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ । ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି। ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୁଲିସ । ଦୁଇ ଅଭିଯୁକ୍ତ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପୁର୍ଣ୍ଣଚନ୍ଦ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୁଲିସ। ଘଟଣାରେ ସାତ ରୁ ଆଠ ଜଣ ସଂପୃକ୍ତ ଥିବା ବେଳେ ଲିଖିତ ଅଭିଯୋଗରେ ପାଞ୍ଚ ଜଣଙ୍କ ସହିତ ଅନ୍ୟମାନେ ବୋଲି ଲେଖାଯାଇଛି।
