Complain Against Lecturer
ୟୁ ଜି ଏମ ଆଇ ଟି ବୈଷୟିକ ଅନୁଷ୍ଠାନର ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ
ରାୟଗଡା ସ୍ଥିତ ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। students ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ ଧରି ଫାଟକ ସମ୍ମୁଖରେ ବସିଛନ୍ତି I
ରାୟଗଡା୩୧-୧୦-୨୦୨୫(ଏସ.ଏମ ) : ରାୟଗଡା ସ୍ଥିତ ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଜଣେ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଧାରଣାରେ ଆଜି ବସିଛନ୍ତି ଛାତ୍ରଛାତ୍ରୀ I ଅନୁଷ୍ଠାନ ଆଗରେ ଧାରଣାରେ ବସି ଛାତ୍ରଛାତ୍ରୀମାନେ ନ୍ୟାୟ ଦିଆଯାଉ ବୋଲି ନାରାବାଜି କରୁଥିବା ଦେଖିବାକୁ ମିଳିଛି I ପ୍ରଥମ ସେମିଷ୍ଟାର ଛାତ୍ରୀଙ୍କୁ ଗଣିତ ବିଭାଗ ପକ୍ଷରୁ ଅଧ୍ଯାପକ ପ୍ରଦୀପ ତ୍ରିପାଠୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲାI ଇଣ୍ଟରନାଲ କମିଟିର ଯାଞ୍ଚ୍ ପରେ ବି କାର୍ଯ୍ଯାନୁଷ୍ଠାନ ହୋଇନଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭଯୋଗ କରିଛନ୍ତି I ଗତ ୨୫ ତାରିଖରେ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଧ୍ୟକ୍ଷଙ୍କୁ ଅଭିଯୋଗ ହୋଇଥିଲା I ପୂର୍ବରୁ ମଧ୍ୟ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଜଣେ ଛାତ୍ର ପ୍ରକାଶ କରିଛନ୍ତି I ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ I
