ଦୁର୍ନୀତିରାଜ୍ୟ

BMC’s 36th corporation meeting

ବିଏମ୍‌ସି ୩୬ତମ କର୍ପୋରେସନ୍ ବୈଠକରେ ହୋହଲ୍ଲା: ରୋଜଗାରଠୁ ବଳିଯାଉଛି ଖର୍ଚ୍ଚ

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି। ମୁକ୍ତା, ଜାଗା ମିସନ୍, କଚ୍ଚାରୁ ପକ୍କା ରାସ୍ତା କାମରେ ଠିକାଦାରଙ୍କ ଗତବର୍ଷର ପାଉଣା ଏବେ ବି ବାକି ପଡ଼ିଛି। ତଥାପି ମନଇଛା ଖର୍ଚ୍ଚ ଚାଲିଛି।

ଭୁବନେଶ୍ୱର ୨୭-୧୧-୨୦୨୫(ଏସ.ଏମ ) :  ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି। ମୁକ୍ତା, ଜାଗା ମିସନ୍, କଚ୍ଚାରୁ ପକ୍କା ରାସ୍ତା କାମରେ ଠିକାଦାରଙ୍କ ଗତବର୍ଷର ପାଉଣା ଏବେ ବି ବାକି ପଡ଼ିଛି। ତଥାପି ମନଇଛା ଖର୍ଚ୍ଚ ଚାଲିଛି। ବଜେଟ୍ ବ୍ୟବସ୍ଥା ଯାହା ରହିଛି, ତା’ଠାରୁ ବହୁଗୁଣା ଅଧିକ ଖର୍ଚ୍ଚ କରାଯାଉଛି। ପରିମଳରେ ସର୍ବାଧିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ କର୍ପୋରେଟର୍‌ମାନେ ଆଜି କର୍ପୋରେସନ୍ ବୈଠକରେ ତମ୍ବିତୋଫାନ କରିଛନ୍ତି। ଯେତିକି ବଜେଟ୍ ଅଛି, ସେତିକି କାହିଁକି ଖର୍ଚ୍ଚ କରାଯାଉନି। ଯଦି ପାଖରେ ଟଙ୍କା ନାହିଁ ବୋଲି କୁହାଯାଉଛି, ତେବେ ଜାଣିଶୁଣି କାହିଁକି ଏଭଳି ଆର୍ଥିକ ଅଚଳାବସ୍ଥା ସ୍ଥିତି ସୃଷ୍ଟି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି।

ପ୍ରତ୍ୟେକ ଆର୍ଥିକ ବଜେଟ୍ ଅନୁମୋଦନ ବେଳେ କେଉଁ ବାବଦରେ କେତେ ଖର୍ଚ୍ଚ କରାଯିବ, ତାର ବଜେଟ୍ ଅନୁମୋଦନ କରାଯାଇଥାଏ। ୨୦୨୪-୨୫ ଆର୍ଥିକ ବର୍ଷରେ ପରିମଳ ବାବଦରେ ୧୧୯ କୋଟି ୩୦ ଲକ୍ଷ ୪୪ ହଜାର ୨୦୭ ଟଙ୍କାର ବ୍ୟୟବରାଦ କରାଯାଇଥିଲା। କିନ୍ତୁ ଏହି ବର୍ଷ ବିଏମ୍‌ସି ୧୬୮ କୋଟି ୩୫ଲକ୍ଷ ୭୭ହଜାର ୯୯୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଅର୍ଥାତ୍‌ ଅଧିକ ୪୮.୦୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଥିଲା। ସେହିଭଳି ୨୦୨୫-୨୬ ଆର୍ଥିକ ବର୍ଷରେ ୧୩୫କୋଟି ୧୧ଲକ୍ଷ ୫୯ହଜାର ୫୩୪ ଟଙ୍କା ବ୍ୟୟ ବରାଦ ହୋଇଥିଲା। କିନ୍ତୁ ୭ ମାସ(ଅକ୍ଟୋବର ସୁଦ୍ଧା)ରେ ୯୬ କୋଟି ୨୪ଲକ୍ଷ ୮୫ହଜାର ୫୫୧ ଟଙ୍କା ଖର୍ଚ୍ଚ ସରିଲାଣି। ହାତରେ ଆହୁରି ୫ ମାସ ବାକି ଥିବାବେଳେ ପ୍ରାୟ ୮୦ ପ୍ରତିଶତ ଅର୍ଥ ଖର୍ଚ୍ଚ ସରିଲାଣି। ପବ୍ଲିକ ୱାର୍କସ ଓ ଅନ୍ୟ ବଜେଟ୍‌ରେ ବି ସମାନ ସ୍ଥିତି।

ପରିମଳରେ ସର୍ବାଧିକ ବ୍ୟୟଭାର
-ଗତବର୍ଷ ବଜେଟ୍‌ଠାରୁ ଖର୍ଚ୍ଚ ହୋଇ ଅଧିକ ୪୮କୋଟି
ଚଳିତବର୍ଷ ୧୩୫.୧୧ କୋଟିରୁ ଖର୍ଚ୍ଚ ସରିଲାଣି ୯୬.୨୪ କୋଟି
କର୍ପୋରେଟର୍ଙ୍କ ପ୍ରଶ୍ନର ଠିକ୍ ଉତ୍ତର ଦେଉନାହାନ୍ତି ଅଧିକାରୀ

୫୫ ନମ୍ବର ୱାର୍ଡ କର୍ପୋରେଟର୍ ନୃପେଶ କୁମାର ନାୟକ ଓ ଅନ୍ୟମାନେ ଏନେଇ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିବା ସହ ବ୍ୟୟବରାଦଠାରୁ ଅଧିକ କାହିଁକି ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ପାଖରେ ଟଙ୍କା ନ ଥିବା କହି ଯେଉଁଠି ବିଏମ୍‌ସି ଉନ୍ନୟନ କାର୍ଯ୍ୟକୁ ଅଟକାଇ ରଖିଛି, ସେଠି ଏଭଳି ଅଯଥା ଅଧିକ ଖର୍ଚ୍ଚ କାହା ସ୍ବାର୍ଥରେ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। କୌଣସି ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ କର୍ପୋରେଟରଙ୍କ ମହଲରେ ଅସନ୍ତୋଷ ତୀବ୍ର ହୋଇଥିଲା। ଅନ୍ୟପଟେ କର୍ପୋରେଟର୍‌ମାନେ ଯେଉଁ ପ୍ରଶ୍ନ କରୁଛନ୍ତି, ତାର ଉତ୍ତର ଅଧିକାରୀମାନେ ବୁଲାଇ ବଙ୍କେଇ ରଖୁଛନ୍ତି। ଯଦି ଉତ୍ତର ନାହିଁ, କାର୍ଯ୍ୟାଳୟକୁ ଆସି କାଗଜପତ୍ର ଦେଖନ୍ତୁ ବୋଲି କହୁଛନ୍ତି। ଯଦି ଆମେ କାର୍ଯ୍ୟାଳୟକୁ ଯାଇ କାଗଜପତ୍ର ଦେଖିବୁ, ତେବେ କର୍ପୋରେସନ୍ ବୈଠକ କାହିଁକି ଡକାଯାଉଛି ବୋଲି କର୍ପୋରେଟରମାନେ ହୋହଲ୍ଲା କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *