ଦେଶ- ବିଦେଶରାଜନୀତି

Winter Session of Parliament

ସୋମବାର ଠାରୁ ସଂସଦର ଶୀତ ଅଧିବେଶନ: ରବିବାର ବସିବ ସର୍ବଦଳୀୟ ବୈଠକ

  • ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି ।
  • ଏଥିପାଇଁ ଆସନ୍ତାକାଲି ରବିବାର ସର୍ବଦଳୀୟ ବୈଠକ ବସିବ ।
  • ବୈଠକରେ ଉଭୟ ଗୃହର ନେତାମାନଙ୍କ ସହିତ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ଆଲୋଚନା କରିବେ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୯-୧୧-୨୦୨୫(ଏସ.ଏମ.) : ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏଥିପାଇଁ ଆସନ୍ତାକାଲି ରବିବାର ସର୍ବଦଳୀୟ ବୈଠକ ବସିବ । ବୈଠକରେ ଉଭୟ ଗୃହର ନେତାମାନଙ୍କ ସହିତ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ଆଲୋଚନା କରିବେ । ଲୋକସଭା ଓ ରାଜ୍ୟସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର ବିରୋଧୀ ଦଳଙ୍କ ସହଯୋଗ କମନା କରିବେ । ଡିସେମ୍ବର ୧ ତାରିଖ ସୋମବାର ଠାରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବ । ସଂସଦରେ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ସ୍ଥିର କରିଥିବା ବେଳେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ସଂସଦର ଶୀତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *