ରାଜ୍ୟ

ଚାଖି ଖୁଣ୍ଟିଆଙ୍କ ବୀରତ୍ୱ ଓ ତ୍ୟାଗ ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ

ଚାଖି ଖୁଣ୍ଟିଆଙ୍କ ବୀରତ୍ୱ ଓ ତ୍ୟାଗ ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ

ଭାରତ ସ୍ୱାଧୀନତା ସଂଗ୍ରାମରେ ଯେଉଁ ବୀର ସନ୍ତାନ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାଟିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିଥିଲେ, ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚନ୍ଦନ…..

ଭୁବନେଶ୍ୱର ୨୨-୦୧-୨୦୨୬(ଏସ.ଏମ ) :  ଭାରତ ସ୍ୱାଧୀନତା ସଂଗ୍ରାମରେ ଯେଉଁ ବୀର ସନ୍ତାନ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାଟିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିଥିଲେ, ସେମାନଙ୍କ ମଧ୍ୟରେ ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ) ଅନ୍ୟତମ। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଓ ସେବକ ଥିବା ଚନ୍ଦନ ହଜୁରୀ ନିଜର ବଳିଷ୍ଠ ନେତୃତ୍ୱ, ଦେଶପ୍ରେମ ଓ ଅତୁଳନୀୟ ତ୍ୟାଗ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଆଦର୍ଶ, ସଂଗ୍ରାମ ଓ ସମାଜସେବା ଓଡ଼ିଆ ଜନମାନସରେ ସଦାସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି ତାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ‘ଚାଖି ଖୁଣ୍ଟିଆ ସ୍ମୃତି ସମିତି’ର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାଶ ପଟ୍ଟନାୟକ ଯୋଗଦେଇ ଚନ୍ଦନ ହଜୁରୀଙ୍କ ଦେଶପ୍ରେମ, ବୀରତ୍ୱ ଓ ଐତିହାସିକ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଚନ୍ଦନ ହଜୁରୀ ଏକାଧାରରେ ଜଣେ ବୀର ବିପ୍ଳବୀ, ଦେଶଭକ୍ତ, ସେବକ ଓ ସମାଜ ସଂସ୍କାରକ ଥିଲେ, ଯାହାଙ୍କ ଜୀବନାଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ଆମ ଦେଶ ସ୍ବାଧୀନ ହୋଇଛି।

ସ୍ବାଧୀନୋତ୍ତର ଭାରତର ନାଗରିକ ଭାବେ ଆମେ ଗର୍ବ ଅନୁଭବ କରୁଥିବାବେଳେ ସ୍ବାଧୀନତା ମୂଳରେ ଥିବା ବିପ୍ଲବୀ ବୀର ଚନ୍ଦନ ହଜୁରୀଙ୍କ ପରି ଦେଶ ଓ ଜାତିର ଲକ୍ଷ ଲକ୍ଷ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନକୁ ଆଜି ଭଳି ଦିନରେ ସ୍ମରଣ କରିବା ସହ ଆଗାମୀ ପିଢ଼ିକୁ ସଚେତନ କରିବାରେ ଉତ୍ତରଦାୟିତ୍ବ ଆମର ବୋଲି ନିର୍ଦ୍ଦେଶକ ଶ୍ରୀ ଦାଶ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି। ଅନ୍ୟତମ ଅତିଥି ଭାବେ ଚାଖି ଖୁଣ୍ଟିଆ ସ୍ମୃତି ସମିତିର ସଭାପତି ବସନ୍ତ ପତି ଓ ମୁଖ୍ୟବକ୍ତା ଭାବେ ସାହିତ୍ୟିକା ଜୟନ୍ତୀ ରଥ ଯୋଗ ଦେଇଥିଲେ। ଏହି ଅବସରରେ ସ୍ମୃତି ସମିତି ପକ୍ଷରୁ ପ୍ରଫେସର ପ୍ରମୋଦ ଚନ୍ଦ୍ର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଚନ୍ଦନ ହଜୁରୀଙ୍କ ଦାୟଦ ହଜୁରୀ ନୀଳକଣ୍ଠ ଖୁଣ୍ଟିଆ ଉପସ୍ଥିତ ଥିଲା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ଲୋକସମ୍ପର୍କ ଅଧିକାରୀ ରୋଜାଲିନ୍ ସାହୁ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଗୁରୁବୀର ସିଂ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଜୟଦେବ ଭବନ ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70