ବ୍ରହ୍ମପୁର ରନ୍ଧା ଛକରେ ଦୁର୍ଘଟଣା ନେଇଥିଲା ୭ ଜଣଙ୍କ ଜୀବନ
ବ୍ରହ୍ମପୁର ରନ୍ଧା ଛକରେ ଦୁର୍ଘଟଣା ନେଇଥିଲା ୭ ଜଣଙ୍କ ଜୀବନ
ଭୁବନେଶ୍ୱର ୩୧-୦୧-୨୦୨୬(ଏସ ,ଏମ ) : ବ୍ରହ୍ମପୁରବାସୀ ୨୦୧୫ ଅକ୍ଟୋବର ୨୯ (ଗୁରୁବାର) ତାରିଖର ମର୍ମନ୍ତୁଦ ଦୁର୍ଘଟଣାକୁ ଭୁଲି ପାରିନଥଲା ବେଳେ ଆଜି ପୁଣି ଏକ ଭୟଙ୍କର ଅଘଟଣ ଘଟିଛି, ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ଘଟିଛି। ୧୦ ବର୍ଷ ପୂର୍ବରୁ ୧୬ ନମ୍ବର ଜାତୀୟ ରାଜପଥର ଗୋଲନ୍ଥରା ଥାନା ଅଧୀନ ରନ୍ଧା ଛକ ନିକଟରେ ଯାତ୍ରୀବାହୀ ବସ୍ ଏବଂ ଏକ ମିନି ଟ୍ରକ୍କୁ ଦ୍ରୁତଗାମୀ ଟ୍ରକ୍ ଶକ୍ତ ଧକ୍କା ଦେଇଥିଲା। ଏହି ଘଟଣା ଯୋଗୁଁ ସ୍ଥାନୀୟ ବଜାରର ଜଣେ ମହିଳାଙ୍କ ସମେତ ୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ବେଳେ ୬ ଜଣ ଗୁରୁତର ହୋଇଥିଲେ। ଅଳ୍ପ ସମୟ ମଧ୍ୟରେ କୋଳାହଳ ଥିବା ବଜାର ଶୋକାକୁଳ ଦେଖାଯାଇଥିଲା। ମୃତକଙ୍କ ଆତ୍ମୀୟ ଲୋକେ ଭୋ ଭୋ ହୋଇ କାନ୍ଦୁଥିଲେ। ଆଜିର ଏହି ଘଟଣା ପରେ ବ୍ରହ୍ମପୁରବାସୀ ସେହି ପୁରୁଣା ଦିନକୁ ପୁଣି ଥରେ ମନେ ପକାଇଛନ୍ତି। ଜାତୀୟ ରାଜପଥରେ ଯାନବାହନ ଚଳାଚଳ କ୍ଷେତ୍ରରେ ଅବହେଳା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
