LatestNewsTOP STORIESଦେଶ- ବିଦେଶବାଣିଜ୍ୟରାଜ୍ୟସମସ୍ୟା ଭିତ୍ତିକ ଖବର

ଗ୍ୟାସ୍‌ ଏଜେନ୍ସିରେ ଅସମ୍ଭାଳ ଭିଡ଼

ଗ୍ୟାସ୍‌ ଏଜେନ୍ସିରେ ଅସମ୍ଭାଳ ଭିଡ଼…

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି। ଆଜି ରାଜଧାନୀ ଭୁବନେଶ୍ବର ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି। ଗ୍ରାହକମାନେ ଗ୍ୟାସ୍‌ ଏଜେନ୍ସିଙ୍କ ଆଗରେ ଘଣ୍ଟା…

ଭୁବନେଶ୍ୱର ୧୧-୦୩-୨୦୨୬(ଏସ .ଏମ ) :  ଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡ଼ିଛି। ଆଜି ରାଜଧାନୀ ଭୁବନେଶ୍ବର ରନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି। ଗ୍ରାହକମାନେ ଗ୍ୟାସ୍‌ ଏଜେନ୍ସିଙ୍କ ଆଗରେ ଘଣ୍ଟା ଘଣ୍ଟା ଭିଡ଼ ଲଗାଇ ନିରାଶ ହୋଇ ଫେରିଛନ୍ତି। ଅନେକ ଏଜେନ୍ସି ଆଗରେ ପ୍ରବଳ ଗଣ୍ଡଗୋଳ ବି ହୋଇଛି। ଆଗୁଆ ବୁକିଂ କରିଥିଲେ ବି କାହିଁକି ଗ୍ୟାସ ମିଳୁନି ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଆଜି ଦିନତମାମ ଚେଷ୍ଟା କରି ବି ଗ୍ରାହକମାନେ ନୂଆ ଗ୍ୟାସ ବୁକିଂ କରିପାରିନାହାନ୍ତି। ଏଜେନ୍ସିମାନେ ଷ୍ଟକ୍‌ ଆସିନଥିବାରୁ ଗ୍ୟାସ ମିଳିବା ବିଳମ୍ବ ହେବ କହି ଗ୍ରାହକଙ୍କୁ ଫେରାଉଛନ୍ତି। ଉପରୁ ନିର୍ଦ୍ଦେଶ ଥିବା କହି ଏଜେନ୍ସିମାନେ ନୂଆ ଗ୍ୟାସ ସଂଯୋଗ ଦେବାକୁ ବି ଖୋଲାଖୋଲି ମନା କରି ଦେଉଛନ୍ତି। ଯୁଦ୍ଧ ପରିସ୍ଥିତିରେ ଏଭଳି ସମସ୍ୟା ଗ୍ରାହକଙ୍କୁ ଏକ ଅସ୍ଥିର ପରିସ୍ଥିତିରେ ରଖିଛି। ଗ୍ୟାସ୍‌ ମିଳିବ କି ମିଳିବନି, ଗ୍ରାହମାନେ ଦ୍ବନ୍ଦ୍ବରେ ରହିଛନ୍ତି।

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୨୮ଟି ଗ୍ୟାସ ଏଜେନ୍ସି ରହିଛି। ଗ୍ରାହକ ସଂଖ୍ୟା ୪ଲକ୍ଷ ୬୨ହଜାର ୮୮୦। ଯେହେତୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି ଏବଂ ଏଲ୍‌ପିଜି ମିଳିବନି ବୋଲି ଚର୍ଚ୍ଚା ଜୋର ଧରିଛି, ଏଥିପାଇଁ ଗ୍ରାହକମାନେ ଆଗୁଆ ଗ୍ୟାସ ବୁକିଂ କରିବାରେ ଲାଗି ପଡ଼ିଛନ୍ତି। ପୂର୍ବରୁ ବୁକିଂର ଦିନେ ଦୁଇଦିନ ଭିତରେ ଗ୍ୟାସ ଘରେ ପହଞ୍ଚି ଯାଉଥିଲା। କିନ୍ତୁ କିଛିଦିନ ହେବ ଗ୍ରାହକଙ୍କ ଘରେ ଗ୍ୟାସ ପହଞ୍ଚୁନି। ବୁକିଂର ସପ୍ତାହେ ପରେ ବି ଗ୍ରାହକଙ୍କୁ ଏଜେନ୍ସିମାନେ ଗ୍ୟାସ ଦେଇନାହାନ୍ତି। ଏଣୁ ପୂର୍ବରୁ ବୁକିଂ କରିଥିବା ଗ୍ରାହକମାନେ ଆଜି ଏଜେନ୍ସିଙ୍କ ଆଗରେ ଭିଡ଼ ଲଗାଇଥିଲେ। ଚାହୁଁଚାହୁଁ ପ୍ରାୟ ସବୁ ଏଜେନ୍ସିଙ୍କ ଆଗରେ ଅସମ୍ଭାଳ ଭିଡ଼ ପରିସ୍ଥିତି ଉପୁଜିଥିଲା। କିନ୍ତୁ ଆମେ କିଛି କରି ପାରୁବୁନୁ କହି ଏଜେନ୍ସିମାନେ ସବୁ ଗ୍ରାହକଙ୍କୁ ଫେରାଇ ଦେଇଛନ୍ତି। ପୂର୍ବରୁ ଗୋଟିଏ ଗ୍ୟାସ ବୁକିଂର ଦିନେ ଦୁଇଦିନ ଭିତରେ ବୁକିଂ କଲେ ବି ଯେଉଁ ଏଜେନ୍ସିମାନେ ଗ୍ୟାସ ଦେଇ ଦେଉଥିଲେ, ସେମାନେ ଯୁଦ୍ଧ ପରିସ୍ଥିତିର ଫାଇଦା ଉଠାଉଛନ୍ତି। ୨୫ ଦିନିଆ ନିୟମର ଆଳ ଦେଖାଇ ଗ୍ରାହକଙ୍କୁ ଆଉ ଗ୍ୟାସ୍‌ ଦେଉନାହାନ୍ତି।ଇଣ୍ଡିଆନ୍‌ ଅଏଲ୍‌ ସିଜିଏମ୍‌ କମଳ ସିଲ୍‌ କହିଛନ୍ତି, ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଗ୍ୟାସ ଉପରେ ପଡ଼ିନି। ଓଡ଼ିଶାରେ ଅଦ୍ୟାବଧି ଗ୍ୟାସ ବିତରଣରେ କୌଣସି ସମସ୍ୟା ନାହିଁ। ଯଥେଷ୍ଠ ଗ୍ୟାସ ମହଜୁଜ ରହିଛି ଓ ସେହି ଅନୁସାରେ ଯୋଗାଣ ଚାଲିଛି।

ଯଦି କେଉଁ ଏଜେନ୍ସିରେ ସେଭଳି କିଛି ସମସ୍ୟା ରହୁଛି, ଗ୍ରାହକଙ୍କୁ ହଇରାଣ କରାଯାଉଛି, ଅଭିଯୋଗ କଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ନୂଆ ଗ୍ୟାସ୍‌ ସଂଯୋଗ ଦେବାରେ ବି କୌଣସି କଟକଣା ଲଗାଯାଇନି। ଯେଉଁମାନେ ନୂଆ ସଂଯୋଗ ଦେଉନାହାନ୍ତି, ସେମାନଙ୍କ ସଂପର୍କରେ ଅଭିଯୋଗ ଆସିଲେ ଆମେ ପଦକ୍ଷେପ ନେବୁ। ଯୋଗାଣ ବିଭାଗ ସହକାରୀ ଯୋଗାଣ ଅଧିକାରୀ ରୋହିତ ଦାସ କହିଛନ୍ତି, ରନ୍ଧନ ଗ୍ୟାସର କୌଣସି ଅଭାବ ନାହିଁ। ଅଯଥା ଗୁଜବ ଖେଳାଯାଉଛି। ଯେଉଁଥିପାଇଁ ଲୋକେ ବି ଅସୁବିଧାରେ ପଡ଼ୁଛନ୍ତି। ଏଭଳି ଗୁଜବରେ କେହି ବିଶ୍ବାସ କରନ୍ତୁନି। ଅପରପକ୍ଷେ ଜଣେ ୭ ଦିନ ତଳେ ବୁକିଂ କରି ଗ୍ୟାସ ନେବା ପରେ ବି ପୁଣି ଗ୍ୟାସ ନେବାକୁ ଗ୍ରାହକ ବୁକିଂ କରୁଛନ୍ତି। ଯେଉଁଠି ୨୫ଦିନର ନିୟମ ରହିଛି, ସେଠି କିଭଳି ୭ ଦିନରେ ଗ୍ୟାସ ଦେବୁ? ଆଉ କେତେକ ଗ୍ରାହକ ବର୍ଷକୁ ୧୨ଟି ସିଲିଣ୍ଡରର ନିୟମ ଥିଲେ ବି ଅଧିକ ଦାବି କରୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70