ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ, RCB ଆଗରେ ୨୦୨ ରନ୍ର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ
ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ, RCB ଆଗରେ ୨୦୨ ରନ୍ର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ
ଆଇପିଏଲ୍ର ୧୯ତମ ସଂସ୍କରଣ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନ୍ରାଇଜର୍ସ ହାଇଦ୍ରାବାଦ୍ ଭେଟିଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ ଟିମ୍ର ଅଧିନାୟକ ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି।
ବେଙ୍ଗାଲୁର/ଭୁବନେଶ୍ୱର ୨୮-୦୩-୨୦୨୬(ଏସ.ଏମ ) : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସଂସ୍କରଣ ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସନ୍ରାଇଜର୍ସ ହାଇଦ୍ରାବାଦ୍ ଭେଟିଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ ଟିମ୍ର ଅଧିନାୟକ ଈଶାନ କିଶନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୩୮ଟି ବଲ୍ ଖେଳି ୮ଟି ଚୌକା ଏବଂ ୫ଟି ଛକା ବଳରେ ୮୦ ରନ୍ ସଂଗ୍ରହ କରିଛନ୍ତି। ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଛି। ଫଳରେ ବେଙ୍ଗାଲୁରୁକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୦୨ ରନ୍ର ଲକ୍ଷ୍ୟ ମିଳିଛି।
ଟସ୍ ଜିଣି ବେଙ୍ଗାଲୁରୁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ଟିମ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଅଧିନାୟକ ଈଶାନ କିଶନଙ୍କ ବ୍ୟତୀତ ହେନରିକ୍ କ୍ଲାସେଁ ଭଲ ପ୍ରଦର୍ଶନ କରିଥିଲେ। ସେ ୨୨ଟି ବଲ୍ ଖେଳି ୩୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୨ଟି ଚୌକା ଏବଂ ଗୋଟିଏ ଛକା ସାମିଲ କରିଥିଲେ। ସେହିପରି ଅନିକେତ ବର୍ମା ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ୧୮ଟି ବଲ୍ ଖେଳି ୩ଟି ଚୌକା ଏବଂ ୪ଟି ଛକା ବଳରେ ୪୩ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ବେଙ୍ଗାଲୁରୁ ଟିମ୍ର ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।
/filters:format(webp)/sambad/media/media_files/2026/03/28/prayers-2026-03-28-21-22-43.jpg)
ଉଭୟ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦର ଖେଳାଳି, କୋଚ୍, ଅମ୍ପାୟାରର୍ସ ଏବଂ ପ୍ରଶଂସକ ଗୋଟିଏ ମିନିଟ ପାଇଁ ମୌନ ରହିଥିଲେ। ଗତବର୍ଷ ଆରସିବିର ଚାମ୍ପିଅନ ପରେ ଉତ୍ସବପାଳନ ସମୟରେ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳଚକଟା ଯୋଗୁ ୧୧ଜଣଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗବାସୀ ଲୋକଙ୍କର ସ୍ମୁତିରେ ଏହି ପଦକ୍ଷେପ ନିଆଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି କେବଳ ଔପଚାରିକତା ପାଇଁ ନୁହେଁ, ବରଂ ପ୍ରଶଂସକ ଏବଂ କ୍ରିକେଟ ମଧ୍ୟରେ ଗଭୀର ସଂପର୍କର ପ୍ରତୀକ ଥିଲା।

