LatestNewsTOP STORIESଅପରାଧଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ୍ୟୁ ଘଟଣା

 ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ୍ୟୁ ଘଟଣା…

ଜେଲ ଗଲେ ଅଧ୍ୟାପକ, ରାସ୍ତା ଅବରୋଧ କଲେ ଛାତ୍ରୀ

ଗିରଫ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଜେଲ ଯାଇଛନ୍ତି | ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଗତକାଲି ଦୁର୍ଘଟଣାରେ କଲେଜ ଛାତ୍ରୀ କୃପ୍ତିମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ।

ଜଗତସିଂହପୁର ୨୮-୦୩-୨୦୨୬(ଏସ.ଏମ ) :  ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଗତକାଲି ଦୁର୍ଘଟଣାରେ କଲେଜ ଛାତ୍ରୀ କୃପ୍ତିମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ। କାଦୁଅପଡାସ୍ଥିତ ଗାଦିବ୍ରହ୍ମ ମହିଳା ମହାବିଦ୍ଯାଳୟର ଛାତ୍ରୀମାନେ ଡିଅସାହି ନିକଟରେ ଜଗତସିଂହପୁର – ବାଲିକୁଦା ରାସ୍ତା ଅବରୋଧ କରିଛନ୍ତି। କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବା ସୂଚନା ମିଳିଛି।ରାସ୍ତାରୋକ ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ପହଞ୍ଚି ବୁଝାସୁଝା କରିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖରେ ଅଳସୁଆ ଅଞ୍ଚଳର ଛାତ୍ରୀ ଘରକୁ ଫେରୁଥିବା ବେଳେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ କାର ଧକ୍କାରେ ପ୍ରାଣ ହରାଇଥିଲେ। 

ଗିରଫ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁଙ୍କ ଜାମିନ ନାମଞ୍ଜୁର …

ଗିରଫ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଜେଲ ଯାଇଛନ୍ତି | ଆଜି ଅପରାହ୍ନରେ ପ୍ରଶାନ୍ତଙ୍କୁ କୋର୍ଟଚାଲାଣ କରା ଯାଇଥିଲା | ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି | ପ୍ରଶାନ୍ତଙ୍କ ଘର ଭୁବନେଶ୍ବର ପୁରୁଣା ଏଜି କଲୋନୀ ହୋଇଥିବା ବେଳେ ସେ ସ୍ଥାନୀୟ ଓହଳରେ ରହୁଥିଲେ | ତାଙ୍କ ବିରୋଧରେ ଦୁର୍ଘଟଣା ମାମଲା ସହ ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଦଫା -୧୦୫ ( ଉଦ୍ଦେଶ୍ୟମୂଳକ ନୁହେଁ) ଲଗାଯାଇଛି | ପୂର୍ବରୁ ପାରାଦୀପର ଏକ ଦୁର୍ଘଟଣା ମାମଲାରେ ଏହି ଦଫା ଲଗା ଯାଇଥିଲା |

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70