Delhi Red Fort Blast, Odisha Link
ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ…!
- ଏହାରି ଭିତରେ ଦିଲ୍ଲୀ ବିସ୍ଫୋରଣ ନେଇ ଆରମ୍ଭ ହୋଇଛି ବଡ଼ ବୈଠକ ।
- ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସିସିଏସ ବୈଠକ ଆରମ୍ଭ ।
- ଅମିତ ଶାହ, ରାଜନାଥ ସିଂହ ଉପସ୍ଥିତ ଅଛନ୍ତି ।
- ସେପଟେ ମୋଦୀ ଭୁଟାନରୁ ଫେରି ଆହତଙ୍କୁ ଭେଟିଛନ୍ତି…
ନୂଆଦିଲ୍ଲୀ ୧୨-୧୧-୨୦୨୫(ଏସ.ଏମ ) : ଦିଲ୍ଲୀ ବିସ୍ଫୋରଣ ଘଟଣା । ସାମ୍ନାକୁ ଆସିଲା ବଡ଼ ତଥ୍ୟ । ବଡ ବିସ୍ଫୋରଣରେ ରହିଛି ଓଡିଶାର ଲିଙ୍କ୍ ! ଦିଲ୍ଲୀ ବିସ୍ଫୋରଣ ଓଡ଼ିଶା ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି ! ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍ ଥିବା ସୂଚନା ମିଳିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଏନେଇ ଅଟକ ଥିବା ଜମାତିଙ୍କୁ ଜେରା ବେଳେ ସୂଚନା ମିଳିଛି । ମୁଜାମିଲର ହ୍ୱାଟ୍ସଆପରେ ଓଡ଼ିଶାର ଲିଙ୍କ୍ ଆସିଥିଲା । ଆଉ ଏହାସହିତ ଏହି ଘଟଣାରେ ଜମ୍ମୁ, ହରିୟାଣା, ତାମିଲନାଡୁରେ ବି ଲିଙ୍କ ରହିଛି ବୋଲି କୁହାଯାଉଛି । ଅନ୍ୟପଟେ ବି ଦିଲ୍ଲୀ ବିସ୍ଫୋରଣର ଆଉ ଏକ ଲୋମଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି। ସନ୍ଧ୍ୟାର ଭିଡ଼ ଟ୍ରାଫିକ୍, ଧୀରେ ଧୀରେ ଗାଡ଼ି ଯାଉଥିବାବେଳେ ବଡ଼ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ବେଳର ଆଉ ଏକ ସିସିଟିଭି ଦୃଶ୍ୟରେ ଏଭଳି କିଛି ଦେଖିବାକୁ ମିଳିଛି। ୧୫ ସେକେଣ୍ଡର ଏହି ଭିଡିଓରେ ଲାଲ କିଲ୍ଲା ମେଟ୍ରୋ ନିକଟର ବୋଲି ଜଣାପଡ଼ିଛି । ଯେଉଁଠି ଟ୍ରାଫିକ୍ରେ ଏକାଧିକ କାର ଧୀରେ ଧୀରେ ଆଗକୁ ବଢୁଥିବାବେଳେ ହଠାତ୍ ବଡ଼ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି ।
ଏହି ବିସ୍ଫୋରଣ ଫରିଦାବାଦରେ ୨,୯୦୦ କେଜିର ବିସ୍ଫୋରକ ସାମଗ୍ରୀ ଜବତ ହେବାର ମାତ୍ର କିଛି ଘଣ୍ଟା ପରେ ଘଟିଛି । ବିସ୍ଫୋରଣ ହୋଇଥିବା ଧଳା ହ୍ୟୁଣ୍ଡାଇ କାର୍ ସହ ଆତଙ୍କୀ ଉମର ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲୁ ଥିବାର ଦେଖିବାକୁ ମିଳିଛି। ବିସ୍ଫୋରଣର କିଛି ଦିନ ପୂର୍ବରୁ ଦିଲ୍ଲୀ କନୌଟ ପ୍ଲେସ୍, ମୟୁର ବିହାର ଅଞ୍ଚଳରେ ବୁଲୁଥିବାର ତଥ୍ୟ ତଦନ୍ତକାରୀ ସଂସ୍ଥାକୁ ହସ୍ତଗତ ହୋଇଛି।
ଆହତଙ୍କୁ ଭେଟିଲେ ମୋଦୀ…
ଆଉ ଏହାରି ଭିତରେ ଦିଲ୍ଲୀ ବିସ୍ଫୋରଣ ନେଇ ଆରମ୍ଭ ହୋଇଛି ବଡ଼ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସିସିଏସ ବୈଠକ ଆରମ୍ଭ । ଅମିତ ଶାହ, ରାଜନାଥ ସିଂହ ଉପସ୍ଥିତ ଅଛନ୍ତି । ଏନଏସଏ ଅଜିତ ଡୋଭାଲ ବି ବୈଠକରେ ଅଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନରୁ ଫେରିବା ପରେ ସିଧା ସଳଖ ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରିଥିଲେ । ଯେଉଁଠାରେ ସେ ଦିଲ୍ଲୀ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟିଛନ୍ତି । ସେମାନଙ୍କ ସହ କଥା ହୋଇ ଶୀଘ୍ର ସୁସ୍ଥତା କାମନା କରିଥିଲେ ।
