Skip to content
Saturday, September 12, 2026
Latest:
  • Online Casinos Not on Gamstop A Practical Player Guide
  • New Free Spins No Deposit Not on Gamstop A Guide Today
  • ୧୨ଟି ରାଜ୍ୟରେ ବର୍ଷା ଓ କୁଆପଥର ମାଡ଼ ସତର୍କତା
  • ବିଜେଡିରୁ ନିଲମ୍ବିତ ହେଲେ ମଣ୍ଡଳ ଦମ୍ପତି, ବିଜେପିର ମିଶିବା ଚର୍ଚ୍ଚା
  • ରାଜ୍ୟରେ ଏଲ୍‌ପିଜି ଅଭାବ ନାହିଁ: ପେଟ୍ରୋଲ, ଡିଜେଲ ବି ପର୍ଯ୍ୟାପ୍ତ ମାତ୍ରାରେ ରହିଛି
Sampurna Live

Latest News & Updated in Your Fingertips



  • ରାଜ୍ୟ
  • ଦେଶ- ବିଦେଶ
  • ରାଜନୀତି
  • TOP STORIES
  • ଅପରାଧ
  • Videos
  • ବାଣିଜ୍ୟ
  • ଘଟଣା ଦୁର୍ଘଟଣା
  • ଖେଳ
  • ଦୁର୍ନୀତି
  • ପାଣିପାଗ
  • ବାଣିଜ୍ୟ
  • ବିଶେଷ ସ୍ତମ୍ବ
  • ମନୋରଞ୍ଜନ
  • ଶିକ୍ଷା
  • ସମସ୍ୟା ଭିତ୍ତିକ ଖବର
  • ସମ୍ପାଦକୀୟ
  • ସାହିତ୍ୟ
  • ସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ
ରାଜନୀତିରାଜ୍ୟ

Pravati Parida Targets Naveen Pattnaik

November 4, 2025 SampurnaLive
Views: 177

ନବୀନ ବାବୁଙ୍କୁ ୨୪ ବର୍ଷର ବିଶ୍ୱାସଘାତର ଜବାବ ସୁଭଦ୍ରା ଭଉଣୀ ଦେବେ

ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା BJDସଭାପତି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିବା ସହ କଡ଼ା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ଯିଏ ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାତ କରିଛି ତାର ଜବାବ ଉପନିର୍ବାଚନରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ।

ଭୁବନେଶ୍ୱର ୦୪-୧୧-୨୦୨୫(ଏସ,ଏମ ) :  ଆଜି ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିବା ସହ କଡ଼ା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡ଼ାବାସୀ। ଡବଲ ଇଂଜିନ, କ୍ୟାପଟେନ ଫିଟ୍ ବିଜେପିକୁ ହିଁ ବାଛିବେ, ପଦ୍ମଫୁଲରେ ଭୋଟ ଦେବେ।

ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା!

ପ୍ରଭାତୀ ପରିଡ଼ା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି କହିଛନ୍ତି, ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା! ନୂଆପଡ଼ାବାସୀ ତାଙ୍କୁ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି।ଯିଏ ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାତ କରିଛି ତାର ଜବାବ ଉପନିର୍ବାଚନରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ।

ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି

ଏଣେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି କହିଛନ୍ତି, ମୋ ବାପା ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ଥିବା ବେଳେ ତାଙ୍କୁ ଫୋନ୍ କରିନଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ତାଙ୍କୁ ଦେଖା କରିବା ତ ଦୂରର କଥା, ନବୀନ ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିପାରିଲେ, ହେଲେ ‌ମୋ ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାଦଶାହ କି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇନଥିଲେ। ଏଥିରୁ ପ୍ରକୃତରେ ନବୀନ ବାବୁଙ୍କ ମନ୍ଦ ଉଦ୍ଦେଶ୍ୟ ଓ ତାଙ୍କ ରଣନୀତି ପଦାରେ ପଡ଼ିଛି। ଏକଥାକୁ ସମସ୍ତେ ବିଶେଷ କରି ନୂଆପଡ଼ାବାସୀ ବୁଝିପାରିଛନ୍ତି।ମୁଁ ନିଜେ ବିଜେପିରେ ଯୋଗ ଦେଇଛି। ମୋତେ କେହି ଚୋରି କରିନାହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଏଭଳି ନିମ୍ନସ୍ତରର ଟିପ୍ପଣୀ ମୋତେ ଖରାପ ଲାଗିଛି। ସେ ବାପା ଭଳି ତାଙ୍କ ମୁହଁରୁ ଏଭଳି କଥା ବାହାରିବ, ମୁଁ କେବେ ଆଶା କରିନଥିଲେ। ନବୀନ ଯେତେ ଯାହା କହିଲେ ବି ନୂଆପଡ଼ାବାସୀଙ୍କର ସହାନୁଭୂତି ମୋ ସହିତ ରହିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା। ଶେଷ ଅବସ୍ଥାରେ ଯେ‌ତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେ‌ତେବେ‌ଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା।

 
 
 
 
 
 
Spread
  • Income Tax Raid Utkal Builders
  • 2 Accused Detained Pitabas Murder

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

You May Also Like

ଗାଳି ଓ ଗୁଳି ବିଜେପିର ଡିଏନ୍‌ଏରେ ଅଛି: କଂଗ୍ରେସ

October 1, 2025 SampurnaLive

ସହିଦ ହୋଇଥିବା ଶୁଭମ୍‌ ଦ୍ୱିବେଦୀଙ୍କ ପରିବାରକୁ ଭେଟିଲେ : ପ୍ରଧାନମନ୍ତ୍ରୀ

May 31, 2025 SampurnaLive

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଖବର ମହଙ୍ଗା ହେଲା ଟିକଟ ଦର

July 2, 2025 SampurnaLive

Leave a Reply Cancel reply

Your email address will not be published. Required fields are marked *

News

wolfieshove.co.uk

Online Casinos Not on Gamstop A Practical Player Guide

July 13, 2026 SampurnaLive

Online gambling offers countless options, but for players seeking alternatives to regulatory frameworks, online casinos not on gamstop capture a

Spread
blokkfont.com

New Free Spins No Deposit Not on Gamstop A Guide Today

June 30, 2026 SampurnaLive
୧୨ଟି ରାଜ୍ୟରେ ବର୍ଷା ଓ କୁଆପଥର ମାଡ଼ ସତର୍କତା
ଦେଶ- ବିଦେଶ

୧୨ଟି ରାଜ୍ୟରେ ବର୍ଷା ଓ କୁଆପଥର ମାଡ଼ ସତର୍କତା

April 6, 2026 SampurnaLive
ବିଜେଡିରୁ ନିଲମ୍ବିତ ହେଲେ ମଣ୍ଡଳ ଦମ୍ପତି,  ବିଜେପିର ମିଶିବା ଚର୍ଚ୍ଚା
ରାଜନୀତିରାଜ୍ୟ

ବିଜେଡିରୁ ନିଲମ୍ବିତ ହେଲେ ମଣ୍ଡଳ ଦମ୍ପତି, ବିଜେପିର ମିଶିବା ଚର୍ଚ୍ଚା

April 6, 2026 SampurnaLive

Visitor Counter

245776
Users Today : 254
Total Users : 245776
Views Today : 2181
Total views : 1058222

ସମ୍ପାଦକୀୟ

wolfieshove.co.uk

Online Casinos Not on Gamstop A Practical Player Guide

July 13, 2026 SampurnaLive

Online gambling offers countless options, but for players seeking alternatives to regulatory frameworks, online casinos not on gamstop capture a

Spread
blokkfont.com

New Free Spins No Deposit Not on Gamstop A Guide Today

June 30, 2026 SampurnaLive
୧୨ଟି ରାଜ୍ୟରେ ବର୍ଷା ଓ କୁଆପଥର ମାଡ଼ ସତର୍କତା
ଦେଶ- ବିଦେଶ

୧୨ଟି ରାଜ୍ୟରେ ବର୍ଷା ଓ କୁଆପଥର ମାଡ଼ ସତର୍କତା

April 6, 2026 SampurnaLive

Sampurna Live is Odisha’s leading 24×7 news current web and YouTube channel . Development Journalism is our mission. Our vision is to promote people’s voice and actions towards healthy society. We think for Common Man, reporting for truth. Website =www.sampurna.live Contact No-7846915522 Email-sampurnalive@gmail.com youtube.com/@samprnalive

COLORMAG
Copyright © 2026 Sampurna Live. All rights reserved.
Theme: ColorMag by ThemeGrill. Powered by WordPress.