LatestNewsଘଟଣା ଦୁର୍ଘଟଣାବିଶେଷ ସ୍ତମ୍ବରାଜ୍ୟସମସ୍ୟା ଭିତ୍ତିକ ଖବର

ଗାଁରେ ଗଜରାଜର ଉତ୍ପାତ

ଗାଁରେ ଗଜରାଜର ଉତ୍ପାତ…

ହାତୀ ଭୟରେ ସାରା ରାତି ଅନିଦ୍ରା ରହୁଛନ୍ତି ଲୋକେ

ଘୁ.ଉଦୟଗିରି,୧୮-୦୭-୨୦୨୫(ଏସ.ଏମ .) : ଦୀର୍ଘ ତିନି ମାସ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀଙ୍କ ପାଦୁର୍ଭାବ ଦେଖିବାକୁ ମିଳୁଛି। ପ୍ରତ୍ୟକ ଦିନ କିଛି ନା କିଛି କ୍ଷତି କରିଥିବା ଖବର ଆସୁଛି। ଦୁଇ ଦନ୍ତା ଘୁ.ଉଦୟଗିରି, କଳିଙ୍ଗା, ରୁଦାଙ୍ଗିଆ, ଅଡ଼ାସିକୁପା, ଗୁଟୁଗୁଡ଼ା, ସୁଗାମାହା, ଗ୍ରସିଙ୍ଗିଆ, ରଟିଙ୍ଗିଆ, ମଗରଗୁଡା, ଏମିତି କି ଟିକାବାଲି ବ୍ଲକ, ରାଇକିଆ ବ୍ଲକ ଅଞ୍ଚଳ ବୁଲିବୁଲି ଉତ୍ପାତ ଚଳେଇଛନ୍ତି। କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘର ଭାଙ୍ଗୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜରାଣ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକ ଆଉ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପରେ ସବୁ ସମୟରେ ହାତୀ ଭୟ। ହାତୀ ପାଇଁ ଆୟ ଉପରେ ପ୍ରଭାବ ପଡ଼ିଛି। ଚଳିତ ବର୍ଷ ହାତୀ ଭୟରେ ଜଙ୍ଗଲକୁ ଯାଇ ନ ପାରିବାରୁ ଆମ୍ବ, ପଣସ ସଂଗ୍ରହ କରିପାରି ନାହାନ୍ତି। ଏଣୁ ଆମ୍ବସଢା, ଚମ୍ପେଇତ, କୋଇଲି, ପଣସ ମଞ୍ଜି ଆଦାୟ କରିପାରି ନାହାନ୍ତି ବେଶ ପ୍ରଭାବିତ ହୋଇଛନ୍ତି ଅଞ୍ଚଳବାସୀ।ଗତକାଲି ରାତିରେ ଦୁଇ ଦନ୍ତା ମହୁଲମାହା ଜଙ୍ଗଲରେ ଗର୍ଜନ କରି ଉତ୍ପାତ କରିବା ସହ ବାରବାନ୍ତାରେ ଏକ ଘର ଉପରେ ଆକ୍ରମଣ କରି ଘରକୁ ସମ୍ପୂର୍ଣ୍ଣ ମାଟିରେ ମିଶେଇ ଦେଇଥିବା ବେଳେ ଘରେ ଗଛିତ ଥିବା ଧାନ ଚାଉଳକୁ ଖାଇ ଦେଇଥିବା ସୁଚନା ମିଳିଛି।ଉକ୍ତ ଘରଟି ପ୍ରେମାନନ୍ଦ ପ୍ରଧାନଙ୍କ ର।ପରିବାରର ସମସ୍ତ ସଦସ୍ୟ ରାତିରେ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ସୌଭାଗ୍ୟ ବଶତଃ ପରିବାରର ସମସ୍ତ ସଦସ୍ୟ ହାତୀ ଆକ୍ରମଣ କରିବା ଜାଣି ପାରି ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ଦୌଡ଼ି ପଳେଇଥିଲେ। ହାତୀ ପାଇଁ ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବ୍ୟାପକ କ୍ଷତି ସହିବା ସହ ଚାଷ ପ୍ରତି ବିମୁଖ ହେଲେଣି। ହାତୀକୁ ଏହି ଅଞ୍ଚଳରୁ ଘଉଡ଼ାଇବା ନିମନ୍ତେ ବନବିଭାଗ କୌଣସି ବ୍ୟବସ୍ଥା କରୁନଥିବା ଅଞ୍ଚବାସୀ ଅଭିଯୋଗ କରିଛନ୍ତି।

ହାତୀର ଗତିବିଧି ମଧ୍ୟ ଠାବ କରିପାରୁନି ବନବିଭାଗ। ଅନ୍ୟପଟେ ପର୍ଯ୍ୟାପ୍ତ ଖାଦ୍ୟ ସ୍ଥାନୀୟ ଅଞ୍ଚଳର ଜଙ୍ଗଲରେ ମହଜୁଦ ଥିବା ଯୋଗୁଁ ହାତୀ ଏହି ଅଞ୍ଚଳ ଛାଡ଼ି ଯିବାକୁ ଜମା ନାଁ ଧରୁନି। ଆମ୍ବ, ପଣସ, ମକା, କଦଳୀ, ବାଉଁଶ ଭଳି ହାତୀର ପ୍ରିୟ ଖାଦ୍ୟ ମହଜୁଦ ରହିଛି। ଏଣୁ ସ୍ୱାଦିଷ୍ଟ ଖାଦ୍ୟ ମୋହରେ ହାତୀ ପଶି ଫେରିବା ଭୁଲି ଗଲାଣି। ହାତୀ ଭୟରେ ଲୋକ ସାରା ରାତି ଅନିଦ୍ରା ରହିବାକୁ ପଡୁଛି। ରାତିସାରା ଜଗିକି ରହୁଛନ୍ତି ଗାଁ ଲୋକ। କେତେବେଳେ କୁଆଡ଼େ ଯିବ ତାର ହିସାବ ନାହିଁ। ଏଣୁ ସାବଧାନ ହୋଇ ରହିବାକୁ ଠିକ ଭାବି ଲୋକ ସଚେତନ ହୋଇ ରହୁଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70