ଟ୍ରେଡିଂରେ କୋଟିପତି ହେବାର ସ୍ବପ୍ନ
ଟ୍ରେଡିଂରେ କୋଟିପତି ହେବାର ସ୍ବପ୍ନ
- ଭୋପାଳରୁ ଦୁଇ ସାଇବର୍ ଠକ ଗିରଫ
- ଭୁବନେଶ୍ବର ବାସିନ୍ଦାଙ୍କଠାରୁ ଲୁଟିଥିଲେ ଦେଢ଼ କୋଟି
କଟକ ୨୪-୦୫-୨୦୨୫(ଏସ.ଏମ ) : ଟ୍ରେଡିଂରେ ନିବେଶ କରି କୋଟିପତି ହେବାର ସ୍ବପ୍ନ ଦେଖିଥିବା ଭୁବନେଶ୍ବରର ଜଣେ ବ୍ୟକ୍ତି ଫସିଯାଇଛନ୍ତି। ସାଇବର୍ ଠକ ତାଙ୍କ ନିକଟରୁ ନିବେଶ ନାଁରେ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଭୋପାଳ ଜାହାଙ୍ଗିରବାଦର ତୟବ ଖାଁ (୨୩) ଓ ଫିରୋଜ ଖାଁ (୩୬)ଙ୍କୁ ଗିରଫ କରିଛି। ଉଭୟଙ୍କୁ ରତଲାମ ଓ ଭୋପାଳ କୋର୍ଟରେ ହାଜର କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣି ତଦନ୍ତ ଜାରି ରଖିଛି।
