ଘଟଣା ଦୁର୍ଘଟଣାରାଜ୍ୟସମସ୍ୟା ଭିତ୍ତିକ ଖବର

କାଳବୈଶାଖୀ ଧରାଶାୟୀ କଲା ଆଠଗଡ଼ ଏନ୍‌ଏସି ତୋରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

 କାଳବୈଶାଖୀ ଧରାଶାୟୀ କଲା ଆଠଗଡ଼ ଏନ୍‌ଏସି ତୋରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ ଜିଲ୍ଲା ଆଠଗଡରେ କାଳବୈଶାଖୀପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠଗଡ ଏନ୍‌ଏସି ପକ୍ଷରୁ ୨୦୨୨ ମସିହାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ଟି ତୋରଣ ନିର୍ମାଣ ହୋଇଥିଲା। ଆଠଗଡରୁ କଟକ ଭାୟା ଧବଳେଶ୍ବର ରାସ୍ତାର କରିକୋଲଠାରେ ଏନ୍‌ଏସିର ସ୍ବାଗତ ତୋରଣ ଭାଙ୍ଗି ପଡିଛି।

ଆଠଗଡ଼: ୦୬-୦୪-୨୦୨୬(ଏସ .ଏମ ) : ଟକଜିଲ୍ଲା ଆଠଗଡରେ କାଳବୈଶାଖୀପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠଗଡ ଏନ୍‌ଏସି ପକ୍ଷରୁ ୨୦୨୨ ମସିହାରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ଟି ତୋରଣ ନିର୍ମାଣ ହୋଇଥିଲା। ଆଠଗଡରୁ କଟକ ଭାୟା ଧବଳେଶ୍ବର ରାସ୍ତାର କରିକୋଲଠାରେ ଏନ୍‌ଏସିର ସ୍ବାଗତ ତୋରଣ ଭାଙ୍ଗି ପଡିଛି। ତୋରଣଟି ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିଲା ବେଳେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ଏହି ସମୟରେ କାର ଯାଉଥିଲା ବେଳେ କାର ଉପରେ ତୋରଣଟି ପଡିଥିଲେ ମଧ୍ୟ ଭାଗ୍ୟ ବଶତଃ ଯାତ୍ରୀଙ୍କ କୋୖଣସି ଅନିଷ୍ଟ ଘଟି ନଥିଲା। ତୋରଣଟି ରାସ୍ତା ଉପରେ ପଡିଯିବା ପରେ ଚଳାଚଳ ବ୍ୟାହତ ହୋଇ ପଡିଥିଲା। ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଘଟଣାସ୍ଥଳରେ ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରାଉତ ପହଞ୍ଚି କାର୍ଯ୍ୟର ତଦାରଖ କରିଥିଲେ।

ସେହିପରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ୫ଟି ଯୋଜନାରେ ନବୀକରଣ କରାଯାଇଥିଲା। କାଳବୈଶାଖୀ ପ୍ରଭାବରେ ଉପଖଣ୍ଡ ଚିକିତ୍ସାଳୟର ଛାତରେ ହୋଇଥିବା ସିଲିଂ ଗୁଡିକ ଭାଙ୍ଗି ପଡିଛି। କାଳବୈଶାଖୀ ପ୍ରଭାବରେ ବଡ଼ବଡ ଗଛଗୁଡ଼ିକ ଭାଙ୍ଗି ପଡିଯିବା ସହ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ହୋଇଛି। ସେହିପରି ଆଠଗଡ ସହର ମଧ୍ୟରେ ଡ୍ରେନେଜ ସୁବିଧା ନଥିଲା ବେଳେ ଝଡତୋଫାନ ତଥା ବର୍ଷା ଓ କୂଆପଥର ମାଡରେ ସହରରେ ଡ୍ରେନ ପାଣି ରାସ୍ତା ଉପରକୁ ଆସିବା ସହ ଅଳିଆ ରାସ୍ତା ଉପରେ ପଡିରହିଥିବା ଦେଖାଦେଇଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70