ରାଜନୀତିରାଜ୍ୟ

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି ଆରମ୍ଭ

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ରଣନୀତି ଆରମ୍ଭ…

  • ଫେବ୍ରୁଆରି ୧ରେ କେନ୍ଦ୍ର ସରକାରଙ୍କ ବଜେଟ୍ ଉପସ୍ଥାପନ ହେବ।
  • ସାରା ରାଜ୍ୟରେ ଏହାର ଯେପରି ପ୍ରଚାର ପ୍ରସାର ହେବ ସେନେଇ ବିଧାୟକ, ଦଳୀୟ ନେତା ଓ ପଦାଧିକାରୀମାନେ

ଭୁବନେଶ୍ୱର ୩୦-୦୧-୨୦୨୬(ଏସ .ଏମ ) :  ଫେବ୍ରୁଆରି ୧ରେ କେନ୍ଦ୍ର ସରକାରଙ୍କ ବଜେଟ୍ ଉପସ୍ଥାପନ ହେବ। ସାରା ରାଜ୍ୟରେ ଏହାର ଯେପରି ପ୍ରଚାର ପ୍ରସାର ହେବ ସେନେଇ ବିଧାୟକ, ଦଳୀୟ ନେତା ଓ ପଦାଧିକାରୀମାନେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିବେ। ଭିବି-ଜି-ରାମ୍‌ଜି ଯୋଜନାକୁ ନେଇ ବିରୋଧୀ ଅପପ୍ରଚାର କରୁଛନ୍ତି, ଏହି ଯୋଜନା ଦ୍ବାରା କିପରି ଲୋକ ଉପକୃତ ହେବେ ସେନେଇ ଗାଁ ଗାଁରେ ଲୋକଙ୍କୁ ବୁଝାଇବେ। ଆଗକୁ ରାଜ୍ୟରେ ଏସ୍‌ଆଇଆର୍ ହେବ। ଏହାକୁ ବିରୋଧୀ କଡ଼ା ବିରୋଧ କରିବେ। ତେଣୁ ଏହାର କିପରି ମୁକାବିଲା କରାଯିବ ସେନେଇ ଏବେଠୁ ପ୍ରସ୍ତୁତ ହୁଅନ୍ତୁ। ଏସବୁ ବାଦ୍ ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ସମୟ ଅଛି। ସରକାରଙ୍କ ବିଭିନ୍ନ ଯୋଜନା, ଭଲ କାର୍ଯ୍ୟକ୍ରମ ସମ୍ପକରେ ଲୋକଙ୍କୁ ବୁଝାନ୍ତୁ, ବନ୍ଧୁ ମିଳନ, ସଚେତନତା କାର୍ଯ୍ୟକ୍ରମ କରି ସଂଗଠନକୁ ସୁଦୃଢ଼ କରନ୍ତୁ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଧାନସଭା ପ୍ରାର୍ଥୀଙ୍କୁ ନେଇ ଏକ ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ହୋଇଥିବାବେଳେ ଏଥିରେ ଦଳ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟପାଲ ସିଂହ ତୋମାର, ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ସମସ୍ତ ଦଳୀୟ ନେତାଙ୍କୁ ଏହି ଟାସ୍କ ଦେଇଛନ୍ତି।
ଏହି ବୈଠକ ପରେ ପାର୍ଟିର ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ ଏହି ବୈଠକରେ ଦଳର ସାଂଗଠନିକ କାର୍ଯ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟଗୁଡିକ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି। ପାର୍ଟିର ସାଂଗଠନିକ ବ୍ୟବସ୍ଥାର ସମୀକ୍ଷା, ବୁଥ୍ ଠାରୁ ଆରମ୍ଭ କରି ଜିଲ୍ଲା କମିଟି, ମଣ୍ଡଳ କମିଟି ଓ ବିଭିନ୍ନ ମୋର୍ଚ୍ଚା କମିଟି ଗଠନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସମସ୍ତ କାର୍ଯ୍ୟକୁ ଯେପରି ଶୀଘ୍ର ଶେଷ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାସହ ଆଗାମୀ ଦିନମାନଙ୍କରେ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ପ୍ରସଙ୍ଗରେ ଆଲୋଚନା କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70