ରାଜ୍ୟରେ ପ୍ରଥମ: ବିଟେଲ୍ ଡ୍ରୋନ୍ ମଡେଲ୍ ପ୍ରସ୍ତୁତ କଲା ନିଷ୍ଟ୍
ରାଜ୍ୟରେ ପ୍ରଥମ: ବିଟେଲ୍ ଡ୍ରୋନ୍ ମଡେଲ୍ ପ୍ରସ୍ତୁତ କଲା ନିଷ୍ଟ୍
ରାଜ୍ୟର ପ୍ରଥମ ବିଟେଲ୍ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍ ଉପଯୋଗୀ ହେବ।
ବ୍ରହ୍ମପୁର ୨୭-୦୧-୨୦୨୬(ଏସ.ଏମ ) : ରାଜ୍ୟର ପ୍ରଥମ ବିଟେଲ୍ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍ ଉପଯୋଗୀ ହେବ। ନିଷ୍ଟ୍ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର୍ ସାଇନ୍ସ ବିଭାଗର ଛାତ୍ର ଆର୍ୟନ ସିଂ(୨୦)ଙ୍କ ନେତୃତ୍ବରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବିଟେଲ୍ ଡ୍ରୋନ୍। ବିଭାଗ ପକ୍ଷରୁ ମିଳିଥିବା ଟାସ୍କ୍ ଅନୁସାରେ ସୃଜନଶୀଳତାକୁ ବ୍ୟବହାର କରି ଏହାର ଡିଜିଟାଲ୍ ମଡେଲ୍ ପ୍ରସ୍ତୁତି ସରିଛି।

