ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ବିସ୍ଫୋରଣରେ ଥରିଲା ସୁନ୍ଦରପଦା

 ବିସ୍ଫୋରଣରେ ଥରିଲା ସୁନ୍ଦରପଦା…

  • ମଙ୍ଗଳବାର ଅପରାହ୍ଣ ପାଖାପାଖି ସାଢ଼େ ୨ଟା ହେବ।
  • ହଠାତ୍‌ ସୁନ୍ଦରପଦା ଆଜାଦ୍‌ନଗର ଅଞ୍ଚଳର ଏକ ପାଞ୍ଚମହଲା କୋଠାର ପଞ୍ଚମ ମହଲାରୁ ପ୍ରଚଣ୍ଡ ଶବ୍ଦରେ ସମଗ୍ର ଇଲାକା ଥରିଉଠିଲା।

ଭୁବନେଶ୍ୱର ୨୮-୦୧-୨୦୨୬(ଏସ.ଏମ ) :  ଙ୍ଗଳବାର ଅପରାହ୍ଣ ପାଖାପାଖି ସାଢ଼େ ୨ଟା ହେବ। ହଠାତ୍‌ ସୁନ୍ଦରପଦା ଆଜାଦ୍‌ନଗର ଅଞ୍ଚଳର ଏକ ପାଞ୍ଚମହଲା କୋଠାର ପଞ୍ଚମ ମହଲାରୁ ପ୍ରଚଣ୍ଡ ଶବ୍ଦରେ ସମଗ୍ର ଇଲାକା ଥରିଉଠିଲା। ଶକ୍ତିଶାଳୀ ବିସ୍ଫୋରଣ ଘଟିବା କ୍ଷଣି ଲୋକେ ଜୀବନ ବିକଳରେ କିଏ ଖାଇବା ଥାଳି ଛାଡ଼ି ଘରୁ ପଦାକୁ ବାହାରି ଆସିଲା ତ ବାହାରେ ଥିବା ଲୋକେ ଭୟରେ ଘର ଭିତରେ ପଶିଗଲେ। ବୋମା ବିସ୍ଫୋରଣରେ ସେହେନୱାଜ୍‌ ମଲ୍ଲିକ ଓ ସହଯୋଗୀ ଅମିୟ ମଲ୍ଲିକ ଗୁରୁତର ହୋଇଥିବା ବେଳେ ତାଙ୍କ ମା’ ଓ ବାନ୍ଧବୀ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ସେହିପରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି। ସେଠାରୁ ବିପୁଳ ପରିମାରଣର ବାରୁଦ ଓ ବଳିତା ଜବତ କରାଯାଇଛି।
ସୂଚନା ମୁତାବକ, ବହୁଦିନ ହେବ ମୋଷ୍ଟୱାଣ୍ଟେଡ୍‌ ଅପରାଧୀ ‌ସେହେନୱାଜ୍‌ ଆଜାଦନଗର ଅଞ୍ଚଳରେ ଥିବା ଏକ ୫ମହଲା କୋଠାର ପ୍ରଥମ ମହଲାରେ ମା’, ବାନ୍ଧବୀ ଓ ଅମିୟଙ୍କ ସହ ରହୁଥିଲା। ତେବେ ପ୍ରଥମ ମହଲାରେ ଭଡ଼ାରେ ରହୁଥିବା ବେଳେ ମାଲିକ ରହୁ ନଥିବାର ସୁଯୋଗ ପାଇ ୫ମ ମହଲାରେ ନିଜର ଆପରାଧିକ ଯୋଜନାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା।

ସେଠାରେ ବିଶେଷ କରି ବାରୁଦ ଓ ବଳିତା ରଖି ବୋମା ଭିଡୁଥିଲା। ଅପରାହ୍ନରେ ସେ ଓ ଅମିୟ ବୋମା ଭିଡ଼ୁଥିବା ସମୟରେ ହଠାତ୍‌ ବୋମା ସେମାନଙ୍କ ହାତରେ ଫାଟିଯାଇଥିଲା। ଫଳରେ ଉଭୟଙ୍କ ଦୁଇ ହାତ ସମ୍ପୂର୍ଣ୍ଣ ପୋଡ଼ିଯିବା ସହ ଶରୀରର ବହୁ ଅଂଶ ଜଳିଯାଇଛି। ଶବ୍ଦ ଶୁଣି ଛାତ ଉପରେ ଥିବା ମା’ ଓ ବାନ୍ଧବୀ ଧାଇଁ ଆସିବାରୁ ସେମାନେ ମଧ୍ୟ ଆହତ ହୋଇଥିଲେ। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏୟାରଫିଲ୍ଡ ଥାନା ପୁଲିସ ଓ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ। ଅଗ୍ନିଶମ ଟିମ୍‌ ନିଆଁକୁ ଆୟତ୍ତ କରିଥିବା ବେଳେ ପୁଲିସ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ପରେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଡିସିପି ଜଗମୋହନ ମୀନା ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ସମସ୍ତ ଦିଗକୁ ନେଇ ଯାଞ୍ଚ କରିଛନ୍ତି। ଆଖାପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଇଛି। ଏୟାରଫିଲ୍ଡ ଥାନା ପୁଲିସ ମାମଲା ରୁଜୁକରି ମାମଲାର ଅଧିକ ଖୋଳତାଡ଼ କରୁଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70