ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ…
ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପାଳିକା ଗଠନକୁ ନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ ପ୍ରତିବାଦର ସ୍ୱର ଉଠାଇଛନ୍ତି। ଆର୍ଯ୍ୟପଲ୍ଲୀ ପଂଚାୟତକୁ ଛତ୍ରପୁର ପୌରପାଳିକାରେ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ପଂଚାୟତବାସୀ।
ଛତ୍ରପୁର ୧୮-୦୨-୨୦୨୬(ଏସ .ଏମ ) : ଗଞ୍ଜାମଜିଲ୍ଲା ଛତ୍ରପୁର ପୌରପାଳିକା ଗଠନକୁ ନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ ପ୍ରତିବାଦର ସ୍ୱର ଉଠାଇଛନ୍ତି। ଆର୍ଯ୍ୟପଲ୍ଲୀ ପଂଚାୟତକୁ ଛତ୍ରପୁର ପୌରପାଳିକାରେ ମିଶ୍ରଣ ପ୍ରକ୍ରିୟାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ପଂଚାୟତବାସୀ। ଏଦିଗରେ ଜିଲ୍ଲା ପ୍ରଶାସନ ତଥା ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପଂଚାୟତବାସୀ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଭୋଟ ବର୍ଜନ କରିବା ସହିତ ପଂଚାୟତରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ପଂଚାୟତବାସୀ ଚେତାବନୀ ଦେଇଛନ୍ତି।
ଆର୍ଯ୍ୟପଲ୍ଲୀ ପଂଚାୟତକୁ ପୌରପାଳିକାରେ ମିଶ୍ରଣ ପାଇଁ ପଂଚାୟତବାସୀଙ୍କ ସହ କୌଣସି ଆଲୋଚନା ହୋଇନାହିଁ କିମ୍ବା ପଲ୍ଲୀସଭା ମଧ୍ୟ କରାଯାଇନାହିଁ। ଏହିପରିକି ପଂଚାୟତ ପ୍ରତିନିଧି ଭାବେ ଥିବା ସରପଂଚ ଓ ସମିତିସଭ୍ୟକୁ ନଜଣାଇ ଏଭଳି ନିଷ୍ପତି ନିଆଯାଇଥିବାରୁ ପଂଚାୟତ ଜନସାଧାରଣମାନଙ୍କ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ସେମାନେ ପୌରପାଳିକାରେ ସାମିଲ ହେଲେ ଅତିରିକ୍ତ ଆର୍ଥିକ ବୋଝ ଯଥା ଜଳକର, ହାଉସିଂ ଟ୍ୟାକ୍ସ, ବିଲଡିଂ ପ୍ଲାନ୍ ଓ ଏହାର ମଞ୍ଜୁରି ଆଦି ମୁଣ୍ଡାଇବେ। ପୂର୍ବରୁ ଏନେଇ ସରକାରୀଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ ସରକାର ସେମାନଙ୍କ କଥା ନ ଶୁଣିବାରୁ ପଂଚାୟତବାସୀ ଆଜି ବାଧ୍ୟ ହୋଇ ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପଂଚାୟତରେ ବସବାସ କରୁଥିବା ବହୁ ଜନସାଧାରଣଙ୍କ ଘରର ପଟ୍ଟା ନାହିଁ। ତଥାପି ସେମାନେ ଗ୍ରାମାଚଂଳ ଭାବେ ବେଶ୍ ଖୁସି ଅଛନ୍ତି। ଏଣୁ ଆର୍ଯ୍ୟପଲ୍ଲୀ ପଂଚାୟତକୁ ପୌରପାଳିକାରେ ନ ସାମିଲ କରିବା ପାଇଁ ପଂଚାୟତବାସୀଙ୍କ ଦାବି ରହିଛି ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପଂଚାୟତବାସୀଙ୍କ ଦାବି ପୂରଣନ ହେଲେ ଆଗାମୀ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବା ସହ ପଂଚାୟତରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରିବା ସହ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟିର ସଂପାଦକ ଏମ୍.ଦିଲ୍ଲୀପ, ସରପଂଚ ତ୍ରିଲୋଚନ ବେହେରା, ପୂର୍ବତନ ସମିତିସଭ୍ୟ ବି.ଭୀମସେନ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ ଓ ଏସ୍.ଚକ୍ରପାଣି ରେଡ୍ଡୀ, ଆର୍.ଗୋବିନ୍ଦାଙ୍କ ସମେତ ପଂଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ।

