ବାଣିଜ୍ୟରାଜ୍ୟସମସ୍ୟା ଭିତ୍ତିକ ଖବର

ବିଜ୍ଞାପନ ବିଗାଡ଼ୁଛି ‘ଆମ ବସ୍‌’ର ସୌନ୍ଦର୍ଯ୍ୟ

ବିଜ୍ଞାପନ ବିଗାଡ଼ୁଛି ‘ଆମ ବସ୍‌’ର ସୌନ୍ଦର୍ଯ୍ୟ

  • ରାଜଧାନୀରେ ସୁନ୍ଦର ସୁନ୍ଦର ବସ୍ ଗଡ଼ୁଥିଲା।
  • ଲୋକମାନେ ଦୂରରେ ଥାଇ ରଙ୍ଗ ଦେଖି କେଉଁଟା ଏସି, ନନ୍‌ଏସି, ଡବଲ ଡେକର ଆଦି ଜାଣି ପାରୁଥିଲେ।
  • ହେଲେ ବର୍ତ୍ତମାନ ବସ୍‌ରେ ଥିବା ବିଜ୍ଞାପନ ଏହାକୁ ବିକୃତ କରିଦେଉଛି।
  • ସାମ୍ନା ପଟରୁ ଲାଇଟ୍‌ଦେଖିଲେ ହିଁ ‘ଆମ ବସ୍‌’ ବୋଲି ଜଣାପଡ଼ୁଛି।

ଭୁବନେଶ୍ୱର ୨୬-୧-୨୦୨୬(ଏସ.ଏମ ) :  ରାଜଧାନୀରେ ସୁନ୍ଦର ସୁନ୍ଦର ବସ୍ ଗଡ଼ୁଥିଲା। ଲୋକମାନେ ଦୂରରେ ଥାଇ ରଙ୍ଗ ଦେଖି କେଉଁଟା ଏସି, ନନ୍‌ଏସି, ଡବଲ ଡେକର ଆଦି ଜାଣି ପାରୁଥିଲେ। ହେଲେ ବର୍ତ୍ତମାନ ବସ୍‌ରେ ଥିବା ବିଜ୍ଞାପନ ଏହାକୁ ବିକୃତ କରିଦେଉଛି। ସାମ୍ନା ପଟରୁ ଲାଇଟ୍‌ଦେଖିଲେ ହିଁ ‘ଆମ ବସ୍‌’ ବୋଲି ଜଣାପଡ଼ୁଛି। ଓଡ଼ିଶା କଳା ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରିବାକୁ ‘ଆମ ବସ୍‌’ରେ ଜଗନ୍ନାଥ ମନ୍ଦିର ସମେତ କୋଣାର୍କ, ଧଉଳି ଶାନ୍ତିସ୍ତୂପ, ଖଣ୍ଡଗିରି ଆଦିର ଫଟୋ ରଖାଯାଇଥିଲା। ହେଲେ ବର୍ତ୍ତମାନ ବିଜ୍ଞାପନ ଯୋଗୁ ସବୁ ଘୋଡ଼େଇ ହୋଇଯାଇଛି। କେବଳ ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଉଥିବା କିଛି ବସ୍‌ବ୍ୟତୀତ ଆଉ କେଉଁଥିରେ ଏହି ଚିତ୍ର ଦେଖାଯାଉନାହିଁ।

କ୍ରୁଟ୍ ପକ୍ଷରୁ ଜୁନ୍ ମାସରୁ ଆମ ବସ୍‌ରେ ବିଜ୍ଞାପନ ମାରିବାକୁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଥିରେ କ୍ରୁଟ ପକ୍ଷରୁ ସର୍ତ୍ତ ରଖାଯାଇଥିଲା, ବସ୍‌ରେ ବିଜ୍ଞାପନ ନିର୍ଦ୍ଦିଷ୍ଟ ଉଚ୍ଚତାରେ ମରାଯିବ । ପଛରେ ଥିବା ଓଡ଼ିଶା ସରକାରଙ୍କ ଲୋଗା ଏବଂ କ୍ରୁଟର ନିଜସ୍ୱ ଲୋଗୋକୁ ହଟାଯିବନି । ହେଲେ ଏହି ନିୟମକୁ ମାନିଲେନି ଘରୋଇ ସଂସ୍ଥା। ଅଧିକାଂଶ ବସ୍‌ରେ ଲୋଗୋ ଲୁଚିଯାଇଛି। ବାରମ୍ୱାର ଲୋକେ ଏକ୍ସ ଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରି ଏନେଇ ଅଭିଯୋଗ କରିବା ପରେ, ଏବେ ଖାଲି ଥିବା ସ୍ଥାନରେ ସରକାରୀ ଲୋଗୋ ଓ କ୍ରୁଟ୍‌ର ଲୋଗୋ ଲଗାଯାଇଛି। ସେହିପରି କୌଣସି ଇ-ବସ୍‌ରେ ବିଜ୍ଞାପନ ମାରିବା ବେଳେ ମୋଟର ଯାନ ଆଇନ ମାନିବାର ଆବଶ୍ୟକତା ରହିଛି। ଇ-ବସ୍‌ରୁ ନିର୍ଗତ ଏସିର ବାହ୍ୟ ନିର୍ଗମନ ମଧ୍ୟ ବନ୍ଦ କରିଦେଇଛି । ଏପରି କି ବସ୍‌ଗୁଡିକର ବାହାର ଏବଂ ଭିତର ପାର୍ଶ୍ବରେ ଷ୍ଟିକରିଂ ଯୋଗୁଁ ପଛରେ ଥିବା ଏସି କଂପ୍ରେସର୍ ଗରମ ହୋଇଯାଉଛି। ଏପରିକି ନିକଟ ଅତୀତରେ ପଟିଆ ଡିପୋରେ ‘ଇ-ବସ୍‌’ରେ ନିଆଁ ମଧ୍ୟ ଲାଗିଯାଇଛି। ସହରରେ ବର୍ତ୍ତମାନ କମ୍ପ୍ରିହେନ୍‌ସିଭ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ରାଉରକେଲା, ସମ୍ବଲପୁରରେ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ବସ୍‌ ଚାଲିଛି। ସେଥିମଧ୍ୟରୁ ପାଖାପାଖି ୪୬୦ ବସ୍‌ରେ କ୍ରୁଟ୍‌ବିଜ୍ଞାପନ ଲଗାଯାଇଛି। ତନ୍ମଧରେ ପାଖାପାଖି ୨୦୦ ଇ-ବସ୍‌ ରହିଛି। ତେବେ କ୍ରୁଟର ମହାପ୍ରବନ୍ଧକ ସଞ୍ଜୟ ବିଶ୍ୱାଳଙ୍କ କହିବା ଅନୁଯାୟୀ କ୍ରୁଟ ବର୍ତ୍ତମାନ ଆତ୍ମନିର୍ଭର ହେବାକୁ ଯାଉଛି। ବିଜ୍ଞାପନରେ ଯେପରି ସୌନ୍ଦର୍ଯ୍ୟ ନଷ୍ଟ ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଆଗକୁ ବସ୍‌ମଧ୍ୟରେ ଥିବା ଏଲ୍‌ଇଡି ଟିଭିରେ ସରକାରୀ ଯୋଜନା, ରୁଟ୍‌ବିବରଣୀ ସମେତ ବେସରକାରୀ ବିଜ୍ଞାପନ ମଧ୍ୟ ଦିଆଯିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70